ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଝାରସୁଗୁଡ଼ାର ବକ୍ସି ଛକଠାରେ ଥିବା ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟିବା ଫଳରେ ପ୍ରାୟ ୩୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ବକ୍ସି ଛକ ନିକଟରେ ଥିବା ମହାପାତ୍ର ଇଲେକ୍ଟ୍ରୋନିକ୍ସ ନାମକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ତିରିଶ ଲକ୍ଷ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇ ଯାଇଛି। ମୋବାଇଲ, ମୋବାଇଲ ଉପକରଣ, ଫ୍ରିଜ, ଲାପଟପ ପ୍ରଭୃତି ପୋଡ଼ି ଯାଇଥିବା ଜଣାଯାଇଛି। ମୋବାଇଲ ସହ ସମସ୍ତ ଆସବାବପତ୍ର ପୋଡ଼ିଯାଇଛି।