କଟକ ବଡ ମେଡିକାଲରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ବଡ ମେଡିକାଲରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ପାଯହIଲୋଜି ବିଭାଗର ୨ଟି ରୁମରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି । ରାତିରେ ପାଥୋଲୋଜି ବିଭାଗ ବନ୍ଦ ରହୁଥିବାରୁ ଆଜି ସକାଳେ ଅଗ୍ନିକାଣ୍ଡ ସମ୍ୱନ୍ଧରେ ଜଣାପଡିଥିଲା ।

ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କେମିତି ନିଆଁ ଲାଗିଲା ଓ କେତେ କ୍ଷୟକ୍ଷତି ହୋଇଛି, ତଦନ୍ତ ପରେ ହିଁ ଜଣାଯିବା ବୋଲି ପୋଲିସ କହିଛି ।

Leave A Reply

Your email address will not be published.