ସଦଗୁରୁ କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗତପୁର ସ୍ଥିତ ସଦଗୁରୁ କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତିଲେ ରୋଗୀ । ୧୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ ହସ୍ସିଟାଲରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ସଦଗୁରୁ କୋଭିଡ୍ ହସ୍ପିଟାଲରୁ କରୋନା ସଂକ୍ରମିତଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ୨୦ ଟି ଆଇସିୟୁ ଏହି ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଛି ।

ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ସମସ୍ତ କରୋନା ରୋଗୀ ସୁରକ୍ଷିତ ଥିବାବେଳେ ହସ୍ପିଟାଲର କିଛି କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି । ଆମ୍ବୁଲାନ୍ସ ସାହାଯ୍ୟରେ ରୋଗୀମାନଙ୍କୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ କଟକ ଜିଲ୍ଲାପାଳ, ସିଏମସି କମିସନର ଏବଂ ଡିସିପି ପ୍ରମୁଖ ପହଞ୍ଚି ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିଲେ । ଏଥିଲାଗି କଟକରୁ ୧୨ଟି ଆମ୍ବୁଲାନ୍ସ ଅଣାଯାଇଥିବା ସୂଚନା ମିଳିଛି । ଗୁରୁତର ରୋଗୀମାନଙ୍କୁ କଟକର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

Sikhsya
Barta

Leave A Reply

Your email address will not be published.