ଜଳିଗଲା ୫ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ରାଧାନଗର ଗାଁରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି। ଅଗ୍ନିକାଣ୍ଡରେ ୫ ବଖରା ଘର ଜଳିଯାଇଛି।

ଏହି ଅଗ୍ନିକାଣ୍ଡରେ ଗାଁର କୃପାସିନ୍ଧୁ ଜତି, ବାଇଧର ଜତି ଓ ବାଜ ଜତିଙ୍କର ୫ବଖରା ଘର ପୋଡ଼ି ଯାଇଛି। ଏମାନେ ତିନି ଭାଇ ବୋଲି ଜଣାଯାଇଛି।ନିଆଁ ଲିଭାଇବାକୁ ଦମକଳ ବାହିନୀକୁ ବହୁ କସରତ କରିବାକୁ ପଡ଼ିଥିଲା।

Leave A Reply

Your email address will not be published.