ରାଜଧାନୀ ଉପକଣ୍ଠରେ ଗୁଳିକାଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକାରେ ଘଟିଛି ଗୁଳିକାଣ୍ଡ । ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ଚନ୍ଦକାସ୍ଥିତ ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟକୁ ୩ଜଣ ଯୁବକ ଆସିଥିଲେ । ସେତେବେଳେ ହୋଟେଲ ବନ୍ଦ ହେଉଥିଲା । ସେମାନେ ହୋଟେଲ କର୍ମଚାରୀଙ୍କୁ ଖାଇବାକୁ ମାଗିଥିଲେ । ହୋଟେଲ ବନ୍ଦ ହେଉଥିବାରୁ ଖାଇବାକୁ ଦେବାକୁ ମନା କରିଥିଲେ କର୍ମଚାରୀ । ଏହାକୁ ନେଇ ସେଠାରେ ସେମାନେ ପାଟିତୁଣ୍ଡ କରିବା ସହ ମାଲିକଙ୍କୁ ଧମକଚମକ ଦେଇ ପଳାଇଯାଇଥିଲେ । ଏହାର କିଛି ସମୟ ପରେ ସେମାନେ ପୁଣି ଥରେ ସେଠାରେ ପହଞ୍ଚି ମାଲିକଙ୍କୁ ଗାଳିଗୁଲଜ କରିବା ସହ ଅନ୍ଧାଧୂନିଆ ୩ ରାଉଣ୍ଡ ଗୁଳିମାଡ କରିଥିଲେ । ଗୁଳିମାଡରେ ଜଣେ ଗ୍ରାହକ ଆହତ ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଅପରପକ୍ଷରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ।

Leave A Reply

Your email address will not be published.