ମେଲୋଡି ଚାଲିଲା ବେଳେ ଫୁଟିଲା ଗୁଳି, ୨ ମୃତ ଓ ୨ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାଲିଥିଲା ମେଲୋଡି ଫୁଟିଲା ଗୁଳି । ଘଟଣା ସ୍ଥଳରେ ସେକ୍ ଇମ୍ରାନ୍ ନାମକ ଜଣେ ବ୍ୟକ୍ତି ଟଳି ପଡିଲେ । ୩ ଜଣ ହେଲେ ଗୁରୁତର । ଚିକିତ୍ସାଧୀନ ଅବସ୍ଥାରେ ଆଉଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅଛନ୍ତି ।

ସୂଚନା ଅନୁଯାୟୀ, ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ଗତକାଲି ରାତିରେ କାର୍ତ୍ତିକେଶ୍ୱର ପୂଜା କମିଟିର ସୁବର୍ଣ୍ଣଜୟନ୍ତୀ ଉତ୍ସବ ଅବସରରେ ମେଲୋଡି ଚାଲିଥିଲା । ଏହି ସମୟରେ ସେକ୍‌ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାକୁ ଦେଖି କିଛି ଲୋକ ସେ ସ୍ଥାନରେ ଜମା ହୋଇ ଘଟଣା ସମ୍ବନ୍ଧରେ ବୁଝିବାକୁ ଚେଷ୍ଟା କରିବା ସମୟରେ ଉକ୍ତ ବ୍ୟକ୍ତି ଜଣଙ୍କ ସେକ୍‌ଙ୍କ ଉପରକୁ ଗୁଳି କରିଥିଲେ । ସେକ୍‌ଙ୍କ ବେକରେ ଗୁଳି ବାଜିଥିଲା । ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ତାଙ୍କ ଘର ପାଟସାଇଲ ଗାଁରେ ।

ଦୁର୍ବୃତ୍ତ ଜଣଙ୍କ ସେକ୍‌ଙ୍କୁ ଗୁଳି କରିବା ପରେ ତାଙ୍କ ପାଖକୁ ଆସୁଥିବା ଲୋକଙ୍କୁ ମଧ୍ୟ ଆଜିବୁଜା ଗୁଳି କରିଥିଲା । ଫଳରେ ତିନି ଜଣ ଆହତ ହୋଇଥିଲେ। ଆହତମାନେ ହେଲେ ବନମାଳିପୁର ଗାଁର ନିତ୍ୟାନନ୍ଦ ମଲ୍ଲିକ ଏବଂ ଭୋଳ ଗାଁର ଉତ୍ତମ ଦାସ ଓ ରଘୁନାଥ ମଲ୍ଲିକ ।

ଉତ୍ତମଙ୍କ ଅଣ୍ଟା ତଳକୁ ଗୁଳି ବାଜିଛି । ସେହିପରି ରଘୁନାଥଙ୍କ ଜଙ୍ଘରେ ଗୁଳି ବାଜି ଥିବା ବେଳେ ନିତ୍ୟାନନ୍ଦଙ୍କ ପେଟରେ ଗୁଳି ବାଜିଛି । ଏହି ତିନି ଜଣ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଜନଗହଳିର ଫାଇଦା ଉଠାଇ ଦୁର୍ବୁତ୍ତ ଜଣକ ଖସି ପଳାଇ ଯାଇଥିବା ପୁଲିସ୍ କହିଛି । ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ । ପୁଲିସ୍ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.