ଭୁବନେଶ୍ୱରର ପ୍ରଥମ ୩ ଲାଇନ ବ୍ରିଜର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଲିଙ୍ଗରାଜ ରୋଡ ରେଲୱେ ଓଭରବ୍ରିଜ ର ଉଦଘାଟନ କରିଛନ୍ତି । ଏହା ୨୦୦୭ ମସିହାରୁ ଆରମ୍ଭ ହୋଇଥିଲେ ମଧ୍ୟ ଜମି ଅଧିଗ୍ରହଣରେ ସମସ୍ୟା ହେବାରୁ ବିଳମ୍ବ ହୋଇଥିଲା ।

ଲିଙ୍ଗରାଜ ରୋଡ ରେଲୱେ ଓଭରବ୍ରିଜର ଦର୍ଘ୍ୟ ୬୫୩ ମିଟର । ଏହା ଭୁବନେଶ୍ୱରର ପ୍ରଥମ ୩ ଲାଇନ ବ୍ରିଜ । ଏହି ବ୍ରିଜ ତିଆରିରେ ୩୨.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଏହି ବ୍ରିଜ ସମ୍ପୂର୍ଣ ହୋଇଥିଲ । ଅଗଷ୍ଟ ୧୭ ତାରିଖରେ ଏହାର ଉଦଘାଟନ ହେବାକୁ ଥିଲା କିନ୍ତୁ ପୁର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିଧନ ଯୋଗୁଁ ଉଦଘାଟନ କୁ ଘୁଞ୍ଚାଇ ଦିଆଯାଇଥିଲା ।

Sikshaya
Leave A Reply

Your email address will not be published.