ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ; ଷ୍ଟ୍ରିମିଂ ହେବ ଶୁଣାଣି, ୟୁଟ୍ୟୁବରେ କରାଯିବ ପ୍ରସାରଣ

0

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଘଟଣା । ଯୋଡିହେବାକୁ ଯାଉଛି ନୂଆ ଅଧ୍ୟାୟ । ଏହି ପଦକ୍ଷେପ ଜରିଆରେ ସୁପ୍ରିମକୋର୍ଟରେ ସେପ୍ଟେମ୍ବର ୨୭ରୁ ସମ୍ବିଧାନ ବେଞ୍ଚ ମାମଲାର ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି ।

ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନ ବିଚାରପତି (ସିଜେଇ) ଜଷ୍ଟିସ୍ ୟୁୟୁ ଲଲିତଙ୍କ ଦ୍ୱାରା ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁଯାୟୀ ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଏହି ଶୁଣାଣି ୟୁଟ୍ୟୁବ୍ ମାଧ୍ୟମରେ ସିଧା ପ୍ରସାରଣ ହେବ । ଖୁବ୍ ଶୀଘ୍ର ସୁପ୍ରିମକୋର୍ଟ ପ୍ରକ୍ରିୟାର ଲାଇଭ୍ ଟେଲିକାଷ୍ଟ ପାଇଁ ନିଜସ୍ୱ ପ୍ଲାଟଫର୍ମ କରାଯିବ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ସମ୍ବିଧାନ ବେଞ୍ଚ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପ୍ରକ୍ରିୟା ଚାଲିଛି ।

SOA post below
Leave a comment