ପାକିସ୍ତାନରେ ପ୍ରଥମ ଥର ଜଣେ ଖେଳାଳି ଗଢିଲେ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାକିସ୍ତାନ ନିର୍ବାଚନର ଫଳାଫଳ ଆସିବା ପରେ ପୂର୍ବତନ କ୍ରିକେଟର ଇମରାନ ଖାଁଙ୍କ ଦଳ ତହରିକ-ଇ-ଇନସାଫ (ପିଟିଆଇ)ସବୁଠାରୁ ବଡ ଦଳ ଭାବେ ସାମ୍ନାକୁ ଆସିଛି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦଙ୍କ ଦଳର କୌଣସି ଜଣେ ହେଲେ ପ୍ରାର୍ଥୀ ଜିତି ନ ଥିବା ବେଳେ ଦଳ ଅମାନତ ହରାଇଥିବା ଜଣାପଡିଛି। ଏମିତିକି ହାଫିଜଙ୍କ ପୁଅ ହାଫିଜ ତଲ୍ଲା ଓ ଜ୍ୱାଇଁ ଖଲିଦ ଓ୍ବଲିଦ ମଧ୍ୟ ହାରିଥିବା ଜଣାପଡିଛି । ଏବେ ପାକିସ୍ତାନରେ ଗଠିତ ହେବାକୁ ଯାଉଛି ଇମ୍ରାନ ଖାଁଙ୍କ ପାକିସ୍ତାନ ତହରିକ-ଇ-ଇନସାଫ ସରକାର । ସବୁ ନିର୍ବାଚନ ପରି ଚଳିତ ଥର ମଧ୍ୟ ସେନାର ସମର୍ଥନ ର୍ନିଣ୍ଣାୟକ ହୋଇଛି । ଇମ୍ରାନଙ୍କ ପାର୍ଟିକୁ ସେନା ଏବଂ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ ଇଣ୍ଟେଲଜେନ୍ସ ସମର୍ଥନ ରହିଛି । ନିର୍ବାଚନ ପରେ ଇମ୍ରାନ ଦେଇଥିବା ମନ୍ତବ୍ୟ ପରେ ଆଗକୁ ମଧ୍ୟ ଭାରତ-ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ରହିବ ନାହିଁ ବୋଲି ସୂଚିତ କରିଛି । ଇମ୍ରାନ କହିଛନ୍ତି ଯେ, ପାକିସ୍ତାନ ସେନାର ପସନ୍ଦ ଅନୁସାରେ ଏଣିକି ବିଦେଶୀ ନୀତି ଆପଣାଯିବ । ଅପରପକ୍ଷେ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନରେ ନିର୍ବାଚନ ସମୟରେ ହୋଇଥିବା ହିଂସାରେ ସେନା ସଂଶ୍ଲିଷ୍ଟ ଥିବା କୁହାଯାଉଛି ।

Leave A Reply

Your email address will not be published.