ପାଟଣାଗଡ ପାର୍ସଲ ବୋମା ଉପରେ ଆଧାରିତ ଫିଲ୍ମ ର ରିଲିଜ୍ ହେଲା ପ୍ରଥମ ଟିଜର୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲୋମହର୍ଷଣକାରୀ ପାଟଣାଗଡ ପାର୍ସଲ ବୋମା ଘଟଣାକୁ ନେଇ ପ୍ରସ୍ତୁତ ହୋଇଥିବା ଓଲିଉଡ୍ କ୍ରାଇମ୍ ଥ୍ରୀଲର୍ ଫିଲ୍ମ ‘ପାଟନାଗଡ୍’ ର ପ୍ରଥମ ଟିଜର୍ ଏବେ ରିଲିଜ୍ ହୋଇଛି । ଫିଲ୍ମଟି ଓଡ଼ିଆ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ।

ରେଂଜ୍ ରୟାଲ୍ ସିନେ ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ପ୍ରଯୋଜନା ଶ୍ରୀଧର ମାର୍ଥା କରିଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସାଉଥ୍ ଡିରେକ୍ଟର୍ ରାଜେଶ ଟଚଭିର । ଅଭିନେତା ମନୋଜ ମିଶ୍ର ଫିଲ୍ମରେ ଖଳନାୟକ ଚରିତ୍ରରେ ନଜର ଆସିବେ । ଆଉ ଓଡ଼ିଶା କ୍ରାଇମବ୍ରାଂଚ ଆଇଜି ଚରିତ୍ରରେ ଅଭିନୟ କରିଛନ୍ତି ଲୋକପ୍ରିୟ ବଲିଉଡ୍ ଅଭିନେତା ଅତୁଲ୍ କୁଲକରନୀ । ଏହି ଫିଲ୍ମ ଟି ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବାରୁ ଫିଲ୍ମ ମେକିଂ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ପ୍ରଯୋଜକ ଶ୍ରୀଧର ମାର୍ଥା । ଏହି ସିନେମାର ସୁଟିଂ ଏବେ ରାଜଧାନୀ ଭୁବନେଶ୍ୱରରେ କରାଯାଉଥିବାବେଳେ ପୁଷ୍ପା ପଣ୍ଡା, ଚିନ୍ମୟ, ଅଙ୍କିତା ଆଦି ଓଲିଉଡ୍ ଷ୍ଟାରଙ୍କୁ ଏହି ସିନେମାରେ ଅନ୍ୟାନ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.