ଅଗ୍ନିକାଣ୍ଡ ଘଟି ୫ ବଖରା ଘର ନଷ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରବିବାର ବିଳମ୍ବିତ ରାତ୍ରୀରେ ନରଣଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହାଡ଼ପଡ଼ା ଅଞ୍ଚଳର କୁରୁମପଡ଼ା ଗାଁରେ ଅଗ୍ନିକାଣ୍ଡ ଘଟି ପାଞ୍ଚଜଣ ଲୋକଙ୍କର ୫ ବଖରା ଘର ପୋଡ଼ିଯାଇଛି।
ଯେଉଁ ପାଞ୍ଚଜଣଙ୍କର ଘର ପୋଡ଼ିଯାଇଛି ସେମାନେ ହେଉଛନ୍ତି ଧନେଶ୍ୱର ଜେନା, ଗଦାଧର ଜେନା, ଜଳଧର ଜେନା, ସୁରେନ୍ଦ୍ର ଜେନା ଏବଂ ରବୀନ୍ଦ୍ର ଜେନା।
ଖବର ପାଇ ଖୁରଧା ଦମକଳ ବାହିନୀ ଆସି ନିଆଁ ଲିଭାଇ ଥିଲେ। କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ବିଳମ୍ବିତ ତଥା ଶୀତ ରାତିରେ ନିଆଁ ଲାଗିଥିବା ଏହିସବୁ ଘରୁ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରି ନ ଥିଲା। ପୋଡ଼ି ନଷ୍ଟ ହୋଇଯାଇଥିବା ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

bjd
Sikshaya
ruchi

Leave A Reply

Your email address will not be published.