ଭୁବନେଶ୍ୱରରୁ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋଟିଏ ଦିନରେ ଭୁବନେଶ୍ୱରରୁ ବାହାରିଛନ୍ତି ୫ ଜଣ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୪ ଜଣ ହୋମ୍‌ କ୍ୱାରେଣ୍ଟିନରେ ଥିବା ବେଳେ ଆଉ ଜଣେ ଆକ୍ରାନ୍ତ ଗଜପତି ନଗରର ଲୋକାଲ୍‌ କେସ୍‌ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ବାହାରିଲେଣି ୮୬ ଆକ୍ରାନ୍ତ। ଏହା ମଧ୍ୟରେ ୫୧ ସୁସ୍ଥ ହୋଇଥିବା ବେଳେ ୩୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୩ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.