ସଲମାନଙ୍କୁ ୫ ବର୍ଷ ଜେଲ

0

ଓଡିଶା ଫାଷ୍ଟ(ବ୍ୟୁରୋ): ସଲମାନ ଖାନଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଯୋଧପୁର କୋର୍ଟ । ୫ ବର୍ଷ ସଜା କାଟିବା ସହ ତାଙ୍କୁ ୧୦ ହଜାର ଟଙ୍କ ଜୋରିମାନା ଦେବାକୁ ପଡ଼ିବ । ଆଜି ପାଇଁ ସଲମାନ୍ ଖାନଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲ୍ ପଠାଯିବ । ସଲମାନଙ୍କ ଡାକ୍ତରୀ ପରୀକ୍ଷା ପରେ ଜେଲ ପଠାଯିବ । କୃଷ୍ଣସାର ମୃଗ ଶୀକାର ମାମଲାରେ ଅଭିନେତା ସଲମାନ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

୧୯୯୮ ମସିହାର ମୃଗ ଶୀକାର ମାମଲାରେ କୋର୍ଟ ଆଜି ଏହି ଦଣ୍ଡାଦେଶ ଦେଇଛନ୍ତି । ତେବେ ମାମଲାରେ ସୈଫ ଅଲ୍ଲୀ ଖାନ, ସୋନାଲୀ ବେନ୍ଦ୍ରେ, ନୀଲମ, ତବୁଙ୍କ ସହ ୫ଜଣଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ ।

ପୂର୍ବରୁ ସଂରକ୍ଷିତ ରାୟ ଆଜି ଶୁଣାଣିବେଳେ ସଲମାନ ଖାନ ଓ ଅନ୍ୟ ଅଭିନେତା କୋର୍ଟରେ ଉପସ୍ଥିତ ଥିଲେ । ରାୟ ଶୁଣାଇବାବେଳେ ସଲମାନ ଖାନ ଭାବୁକ ହୋଇପଡିଥିଲେ । କୋର୍ଟ ରୁମରେ ସଲମାନଙ୍କ ପାଖରେ ତାଙ୍କ ଦୁଇଜଣ ଉଭଣୀ ଉପସ୍ଥିତ ଥିଲେ । ଏହା ପରେ ବିଚାରପତି ସଲମାନଙ୍କୁ ଅଭିଯୋଗ ନେଇ ଆପଣଙ୍କ ରାୟ କଣ ବୋଲି ପଚାରିଥିଲେ। ଏହି ମାମଲାରେ ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ସଲମାନ ଉତ୍ତର ରଖିଥିଲେ । ସଲମାନଙ୍କ ଓକିଲ ସଲମାନଙ୍କୁ କମ ଦଣ୍ଡାଦେଷ ଦେବାକୁ ଅନୁରୋଧ କରିଥିଲେ ।

Sikshaya
Leave A Reply

Your email address will not be published.