ରାଜଧାନୀର ଉପକଣ୍ଠ ବୁଡ଼ିଲା ବନ୍ୟା ଜଳରେ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ତାଣ୍ଡବ ପରେ ଲଗାଣ ବର୍ଷା ରେ ଉପୁଜୁଛି ବନ୍ୟା । ରାଜ୍ୟର ଗଞ୍ଜାମ, ଗଜପତି ଜିଲ୍ଲା ଓ ରାୟଗଡା ରେ ମଧ୍ୟ ବନ୍ୟା ସ୍ଥିତି ଗମ୍ଭୀର ଥିବାବେଳ ରାଜଧାନୀର ଉପକଣ୍ଠରେ ମଧ୍ୟ ବନ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱର ନିକଟ ବର୍ତ୍ତି ତଳିଆ ଅଞ୍ଚଳରେ ଥିବା ନଦୀର ସ୍ରୋତ ବଢ଼ିବାରେ ଲାଗିଛି । ବାରଙ୍ଗର ଦାରୁଠେଙ୍ଗା ଓ ଅଳସୁଆ ଦେଇ ପ୍ରବାହିତ ହେଉଥିବା ବୁଡୁ ନଈରେ ବନ୍ୟା ଆସିଛି । ନଈରେ ବନ୍ୟା ଆସିବାରୁ ଦାରୁଠେଙ୍ଗା ଓ ଅଳସୁଆ ରାସ୍ତା ଉପରେ ୫ଫୁଟର ଜଳ ପ୍ରବାହ ହେଉଛି ଫଳରେ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।

Leave A Reply

Your email address will not be published.