ଉଛୁଳୁଛି ସୁବର୍ଣ୍ଣରେଖା; ପାଣି ଘେରରେ ଜୀବନ, ଭାସିଲାଣି ଅଟୋ ତ କୁମ୍ଭୀର ପାଇଁ ଡରୁଛନ୍ତି ଲୋକେ

0

ବାଲେଶ୍ୱରରେ ଉଛୁଳୁଛି ସୁବର୍ଣ୍ଣରେଖା । ଆକାଶମାର୍ଗରୁ ଦୃଶ୍ୟ ବୟାନ କରୁଛି ସୁବର୍ଣ୍ଣରେଖାର ପାଣିରେ ବାଲିଆପାଳ, ଭୋଗରାଇର ତଳିଆ ଅଞ୍ଚଳରେ ପାଣି ପଶିଛି । ଜଳସ୍ତର କମୁଥିଲେ ବି ସୁଧୁରୁନି ସ୍ଥିତି । ବନ୍ୟା ଆଶଙ୍କାରେ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ବନ୍ୟା ପାଣିରେ ଅଟୋ ଭାସିଯାଉଥିବାବେଳେ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ବାଲିଆପାଳ କମର୍ଦ୍ଦା ରାସ୍ତା ପାରୁଳିଆ ଛକ ନିକଟରେ ତିନି ଫୁଟ ଉଚ୍ଚର ପାଣି । ଗ୍ରୋସରୀ ଲୋଡ଼ ଥିବା ଅଟୋ ଆସିବାବେଳେ ସେହି ବାଟ ଦେଇ ଯିବାକୁ ମନା କରିଥିଲେ ଲୋକେ । ହେଲେ ଅଟୋ ଚାଳକ ଜଣକ ନ ମାନି ସେହି ପାଣି ବାଟ ଦେଇ ପାର ହେବା ବେଳେ ଅଧା ବାଟରେ ଷ୍ଟାଟ ବନ୍ଦ ହୋଇଯାଇଥିଲା । ଫଳରେ ସୁବର୍ଣ୍ଣରେଖା ନଦୀର ପାଣି ଅଟୋଟିକୁ ଟାଣି ନେଉଥିଲା । ପରେ ସ୍ଥାନୀୟ ଲୋକେ ଅଟୋକୁ ଟାଣି ଉଦ୍ଧାର କରିଥିଲେ ।

ସୁବର୍ଣ୍ଣରେଖା ନଦୀରେ ପାଣିଆସି ଭୋଗରାଇ ଅଞ୍ଚଳର ୪୦ ହଜାର ଲୋକେ ପାଣିଘେରରେ ଅଛନ୍ତି । ରବିବାର ସନ୍ଧ୍ୟାରୁ ଗାଁ ଗାଁରେ ପାଣି ପଶିଛି । ଲୋକେ ପାଣି ଘେରରେ ଅଛନ୍ତି । କୁମୀରଗଡି ଅଞ୍ଚଳରେ ଲୋକେ ଗାଈଗୋରୁଙ୍କୁ ଧରି ସୁରକ୍ଷିତ ସ୍ଥାନକୁ ନେଇଛନ୍ତି । ଘରେ, ଗୃହପାଳିତ ରହୁଥିବା ସ୍ଥାନରେ ପାଣି ପଶିଛି ।

ବନ୍ୟାପାଣିରେ ଲୋକେ ମାଛ ଧରୁଛନ୍ତି । ସୁବର୍ଣ୍ଣରେଖାର ପାଣି ବାଲିଆପାଳର ଗାଁରେ ଗାଁରେ ପଶିସାରିଛି । ଆଉ ଲୋକେ ଏଠାରେ ମାଛ ଧରୁଛନ୍ତି । କିଛି ଗାଁରେ ସ୍ଥାନୀୟ ମହିଳା ଗାଧୋଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

SOA post below
Leave a comment