ଭାସିଲା ରାଜଧାନୀ !

ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦେଖିବାକୁ ମିଳିଛି ୩ ଫୁଟ ଉଚ୍ଚର ବନ୍ୟାଜଳ । ଦୟାନଦୀର ପଛୁଆ ପାଣି ପଶି ଥିବା ଜଣାପଡିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ପାଣିରେ ପଶି ଲୋକମାନେ ଯାତାୟତ କରୁଛନ୍ତି। ଫସି ରହିଥିବା ଲୋକମାନଙ୍କୁ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ଧାର କରାଯାଇଛି।
ସେପଟେ ବାଘମାରିରେ ବୁଡ଼ିଲା ଜାତୀୟ ରାଜପଥ। ଖୋର୍ଦ୍ଧା-ବଲାଙ୍ଗିର NH-୫୭ ବାଘମାରିଠାରେ ବୁଡ଼ିଛି। ମହାନଦୀର ଶାଖା ନଦୀ ଋଣ ନଦୀର ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି।ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅଟ୍ରି ଉଷ୍ଣ ପ୍ରସବଣ ଭିତରେ ବି ୫ ଫୁଟ୍ର ବନ୍ୟାଜଳ ପଶିଛି।
ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଅନେକ ଅଞ୍ଚଳ ବନ୍ୟା ପାଣି ଘେରରେ ରହିଛି। ଏପରିକି କିଛି ଅଞ୍ଚଳକୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି। ପାଣି ଘେରରେ ଅନେକ ଲୋକ ଫସି ରହିଥିବା ଖବର ସାମ୍ନାକୁ ଆସିଛି।