ମହାରାଷ୍ଟ୍ରରେ ବନ୍ୟା ସ୍ଥିତି । ଡ୍ୟାମ୍‌ ଭୁଶୁଡ଼ି ୮ ମୃତ, ୧୫ ନିଖୋଜ ଉଦ୍ଧାର କାର୍ଯ୍ୟ ଜାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାୟାନଗରୀ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି ଲଗାଣ ବର୍ଷା ଯୋଗୁ ଏବେ ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁ ରତ୍ନଗିରି ଜିଲ୍ଲାରେ ଥିବା ତିୱାରେ ଡ୍ୟାମ୍‌ ଭୁଶୁଡ଼ି ପଡ଼ିଛି । ଫଳରେ ୬ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ନିଖୋଜ ଅଛନ୍ତି । ଏଥିସହ ତଳିଆ ଅଞ୍ଚଳରେ ଥିବା ଅକଲେ, ରିକଟୋଲି, ଓଭାଲି, କାଲକାଭେନ ଓ ନନ୍ଦିଭେସ୍‌ ଆଦି ୭ଟି ଗାଁରେ ବନ୍ୟା ପାଣି ମାଡ଼ି ଯାଇଛି । ପାଣି ମାଡି ଯାଇଥିବା ଗ୍ରାମବାସୀଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି । ହେଲେ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳିନାହିଁ । ଡ୍ୟାମ୍‌ ପାଣି ମାଡ଼ି ଯିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୧୨ଟି ଘର ଓ ୨୦ଟି ଗାଡ଼ି ପାଣିରେ ସଂପୂର୍ଣ୍ଣ ଭାବେ ଲୀନ ହୋଇଯାଇଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଉଦ୍ଧାରକାରୀ ଟିମ୍ ପାଣିରେ ପଶି ନିଖୋଜଙ୍କ ସନ୍ଧାନ କରୁଥିବା ଜଣାପଡିଛି ।

Leave A Reply

Your email address will not be published.