କୋଲାବ ଡ୍ୟାମରୁ ଛଡ଼ାଗଲା ବନ୍ୟାଜଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଲାବ ଡ୍ୟାମରୁ ଛଡ଼ାଗଲା ବନ୍ୟାଜଳ । ୫/୬ ନମ୍ବର ଗେଟ ଦେଇ ପ୍ରତି ସେକେଣ୍ଡକୁ ୫୧୦ ସି ଏମ ଜଳ ଛଡ଼ାଯାଉଥିବା ବେଳେ ପ୍ରତି ସେକେଣ୍ଡକୁ ୭୮୮.୮୬ କ୍ୟୁସେକ ମିଟର ଜଳ ଏବେ ପଶୁଛି । ଆଜି ସକାଳ ୫ଟାରେ ୧୫୭୦.୩୩ କ୍ୟୁସେକ ମିଟର ପ୍ରତି ସେକେଣ୍ଡକୁ ପ୍ରବେଶ କରୁଛି। ଡ୍ୟାମର ଜଳ ଧାରଣା କ୍ଷମତା ୯୩୫ ମିଲିଅନ କ୍ୟୁସେକ ମିଟର ଥିବାବେଳେ ଏବେ ୮୪୦.୩୩ କ୍ୟୁସେକ ମିଟର ଜଳ ରହିଛି ।

ଡ୍ୟାମର ସୁରକ୍ଷା ଦୃଷ୍ଟିରୁ ଆଜି ହଠାତ ବନ୍ୟା ଜଳ ଛଡ଼ାଯାଇଛି । ଏହାକୁ ନେଇ ତଳିଆ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.