ବୈବାହିକ ଜୀବନ ସୁଖମୟ କରିବା ପାଇଁ ଆପଣାନ୍ତୁ ଏହି ବାସ୍ତୁଟିପ୍ସ

0

ସାରା ଜୀବନ ହସଖୁସିରେ ଏକାଠି ବିତାଇବା ପାଇଁ ଏହି ବନ୍ଧନରେ ଭଲ ପାଇବା ଓ ବିଶ୍ୱାସ ରହିବା ନିତ୍ୟାନ୍ତ ଆବଶ୍ୟକ। ବାସ୍ତୁ ଶାସ୍ତ୍ରରେ ଏପରି କେତେକ ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣାଇଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସାତ ଜନ୍ମର ବନ୍ଧନ ହେଉଛି ବିବାହ ବନ୍ଧନ। ଏହି ପବିତ୍ର ବନ୍ଧନରେ ବାନ୍ଧି ହେବା ପରେ ପତି-ପତ୍ନୀ ଏକ ନୂଆ ଜୀବନର ଆରମ୍ଭ କରିଥାଆନ୍ତି।

-ଭଗବାନ ଶ୍ରୀରାଧା-କୃଷ୍ଣଙ୍କୁ ପ୍ରେମର ଆଦର୍ଶ ବୋଲି କୁହାଯାଏ। ନବଦମ୍ପତି ନିଜ ଶୟନ କକ୍ଷରେ ଶ୍ରୀରାଧା-କୃଷ୍ଣଙ୍କ ଫଟୋ ଲଗାନ୍ତୁ।
ଏହି ଫଟୋଟି ଲାଲ ରଙ୍ଗର ଫ୍ରେମର ହୋଇଥିବା ଆବଶ୍ୟକ। ଲାଲ ରଙ୍ଗକୁ ପବିତ୍ରତା ଓ ଭଲ ପାଇବାର ପ୍ରତୀକ ବୋଲି କୁହାଯାଏ।
ଫଟୋଟିକୁ କକ୍ଷରେ ଏଭଳି ସ୍ଥାନରେ ଲଗାନ୍ତୁ, ଯେପରି ଏହା ନିୟମିତ ଆପଣଙ୍କ ନଜରରେ ଆସୁଥିବ। ଏହା ଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ ସର୍ବଦା ଭଲ ପାଇବା ରହିଥାଏ।

-ଶୟନ କକ୍ଷରେ ପରଲୋକଙ୍କ ଚର୍ଚ୍ଚା କରିବା ଉଚିତ ନୁହେଁ।

-ନିଜ ବିବାହ ସମୟର ଫଟୋ ଶୟନ କକ୍ଷରେ ପୂର୍ବ ଦିଗରେ ଲଗାନ୍ତୁ। ମାତ୍ର ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ।

-ପତି-ପତ୍ନୀ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ।
ପତି-ପତ୍ନୀ ବ୍ୟବହାର କରୁଥିବା ଖଟ କାଠରେ ନିର୍ମିତ ହେବା ଆବଶ୍ୟକ।

-ଠାକୁରଙ୍କ ଘରେ ଶିବ-ପାର୍ବତୀଙ୍କ ସମ୍ପୂର୍ଣ୍ଣ ପରିବାରର ଫଟୋ ରଖି ପୂଜା କରନ୍ତୁ।

-ଠାକୁର ଘରେ ବଂଶୀ ନିଶ୍ଚୟ ରଖନ୍ତୁ। ଏହା ଦ୍ୱାରା ପରିବାରର ସୁଖଶାନ୍ତିର ବାତାବରଣ ଓ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।

SOA post below
Leave a comment