ରୋଷେଇ କାଉଥିବା ସମୟରେ ଛୋଟ ଛୋଟ ଭୁଲ ବି ଖାଦ୍ୟର ସ୍ୱାଦକୁ ବିଗାଡି ଦେଇଥାଏ । ଏହି କାରଣରୁ ଘରର ଘରଣୀ ମାନଙ୍କୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ଏମିତିକି ଘରର ଅନ୍ୟ ସଦସ୍ୟ ମାନେ ବି ଶାନ୍ତିରେ ଖାଇପାରନ୍ତି ନାହିଁ । ଯଦି ଆପଣ ନିଜ ପରିଶ୍ରମକୁ ବୃଥା ଯିବାକୁ ଦେବାକୁ ଚାହୁଁନାହାନ୍ତି ତେବେ ଏହି ଛୋଟ ଛୋଟ ଟିପ୍ସ ଗୁଡିକୁ ଫଲୋ କରନ୍ତୁ । ଦେଖିବେ ଆପଣ ରାନ୍ଧିଥିବା ଖାଦ୍ୟ ସ୍ୱାଦିଷ୍ଟ ଲାଗିବା ସହ ଘର ଲୋକ ମାନେ ବି ଶାନ୍ତିରେ ଖାଇ ପାରିବେ । ତେବେ ଜାଣି ରଖନ୍ତୁ:
– ଯଦି ତରକାରୀରେ ରାଗ ଅଧିକ ହେଇଯାଏ ତାହେଲେ ତରକାରିରେ ସିଝା ଆଳୁ ପକାଇ ଦିଅନ୍ତୁ । ସିଝା ଆଳୁ ତରକାରୀର ରାଗ ଅଂଶକୁ ଶୋଷି ନେଇଥାଏ । ଏହା ବାଦ ଚାହିଁଲେ ଆପଣ କ୍ରିମ କିମ୍ବା ମଲାଈ ମିଶେଇ ପାରିବେ । ନଚେତ ଦହି ମିଶାଇଲେ ବି ତାରକାରୀର ରାଗ ଅଂଶ କମି ଯାଇପାରିବ ।
– ବେସନ ଲଡୁ ପ୍ରସ୍ତୁତ କରୁଥିବା ସମୟରେ ଆଞ୍ଚ ଧୀର ରଖନ୍ତୁ । ଧୀର ଆଞ୍ଚରେ ବେସନ ଘାଟନ୍ତୁ । ଏହା ସହ ବିଣ୍ଡା ଯେମିତି ନ ବାନ୍ଧେ ବାରମ୍ବାର ଘାଣ୍ଟୁ ଥାନ୍ତୁ ।
– ଘରେ ବନାଉ ଥିବା ଅଦା, ରସୁଣ, କଞ୍ଚା ଲଙ୍କା ପେଷ୍ଟକୁ ଦୀର୍ଘ ଦିନ ଯାଏଁ ସାଇତି ରଖିବାକୁ ଚାହୁଁଥିଲେ ଏହି ପେଷ୍ଟରେ କିଛି ତେଲ ଓ ଲୁଣ ମିଶାଇ ଦିଅନ୍ତୁ । ଦେଖିବେ ଦୀର୍ଘ ଦିନ ପର୍ଯ୍ୟନ୍ତ ମସଲା ସତେଜ ରହିବ ।
– ଲଙ୍କା କାଟିବା ପରେ ଯଦି ହାତ ଜଳାପୋଡ଼ା ହେଉଥାଏ ତେବେ କ୍ଷୀର ଓ ଚିନି ମିଶ୍ରଣରେ ହାତକୁ ବୁଡାଇ ରଖନ୍ତୁ । ଦେଖିବେ କିଛି ସମୟ ଭିତରେ ଜଳାପୋଡ଼ା କମିଯିବ ।