ସିଏସଆର କାର୍ଯ୍ୟକ୍ରମ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନ ସମ୍ମାନିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼(ଜେଏସପିଏଲ)ର ସିଏସଆର ଶାଖା ଭାବରେ କାର୍ଯ୍ୟ କରୁଥିବା, ଜେଏସପିଏଲ ଫାଉଣ୍ଡେସନକୁ ସିଏସଆର ଲିଡରସିପ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି । ଓଡ଼ିଶା ସିଏସଆର ଫୋରମ ପକ୍ଷରୁ ଆୟୋଜିତ ଏକ ସେମିନାରରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଠାରୁ ଜେଏସପିଏଲ ଫାଉଣ୍ଡେସନର ସମ୍ପାଦକ ତଥା ଜେଏସପିଏଲ ସିଏସଆର ଗ୍ରୁପ ମୁଖ୍ୟ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ଅନ୍ୟାନ୍ୟ ରାଜ୍ୟରେ ଜେଏସପିଏଲ ଫାଉଣ୍ଡେସନ ଶିକ୍ଷା, ସ୍ୱାସ୍ଥ୍ୟ,ଭିତ୍ତିଭୂମି ବିକାଶ, ମହିଳା ସଶକ୍ତିକରଣ, କୌଶଳ ବିକାଶ, କଳା ଓ ସଂସ୍କୃତି ଆଦି କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ କରିଆସୁଛି । ଏହି କାର୍ଯ୍ୟକ୍ରମ ଦ୍ବାରା ୧୫ ଲକ୍ଷରୁ ଅଧିକ ଲୋକମାନଙ୍କର ନିକଟରେ ଜେଏସପିଏଲ ଫାଉଣ୍ଡେସନ ପହଞ୍ଚି ପାରିଛି ।

ଜେଏସପିଏଲ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଥିଲେ ଯେ, ସମାଜର ଦୁର୍ବଳଶ୍ରେଣୀର ଲୋକମାନଙ୍କ ବିକାଶ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନ ସର୍ବଦା କାର୍ଯ୍ୟ କରିଆସୁଛି । ସେମାନଙ୍କ ନିମନ୍ତେ ଅଧିକ କାର୍ଯ୍ୟ କରିବା ନିମନ୍ତେ ଏହି ପୁରସ୍କାର ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ ବୋଲି ସେ କହିବା ସହିତ ସିଏସଆର ଫୋରମ ଓ ଜୁରୀ ମେମ୍ବର ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏକମାତ୍ର କର୍ପୋରେଟ ଫାଉଣ୍ଡେସନ ଭାବରେ ଜେଏସପିଏଲ ଫାଉଣ୍ଡେସନ ଏହି ସେମିନାରରେ ସମ୍ମାନିତ ହୋଇଥିଲା । ଏହି ଅବସରରେ ଓୟୁଏଟି ଭାଇସ ଚାନ୍ସେଲର ଡଃ ଏସ.ପଶୁପାଳକ, ଅତିରିକ୍ତ ପୋଲିସ ମହାନିର୍ଦେଶକ ଡଃ ସୁଧାଂଶୁ ଷଡଙ୍ଗୀ, ଯୁଗ୍ମ ନିର୍ଦେଶକ ଶ୍ରୀମତୀ ଅଞ୍ଜନା ପଣ୍ଡା, ଓଡ଼ିଶା ସିଏସଆର ଫୋରମର ଆବାହକ ଶ୍ରୀ ବି.କେ.ମିଶ୍ର, ଏବଂ ଅନ୍ୟାନ୍ୟ ବ୍ୟକ୍ତିମାନେ ଉପସ୍ଥିତଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ରାୟପୁର ଠାରେ ଅନୁଷ୍ଠିତ ଇଣ୍ଡିଆ ସିଏସଆର ଲିଡରସିପ ସମିଟରେ ଜେଏସପିଏଲ ସିଏସଆର ପ୍ରୋଜେକ୍ଟ ଅଫ ଦ ଡିକେଡ ୨୦୧୮ ସମ୍ମାନରେ ସମ୍ମାନିତ ହୋଇଥିଲା ।

Leave A Reply

Your email address will not be published.