ସାବଧାନ! ମାଛରେ ଦିଆଯାଉଛି ବିଷାକ୍ତ ଫର୍ମାଲିନ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସାମ ରେ ଆନ୍ଧ୍ରପ୍ରଦେଶ ମାଛ ୧୦ ଦିନ ପାଇଁ ବ୍ୟାନ ହେବାପରେ ଓଡିଶା ସରକାର ଆନ୍ଧ୍ରପ୍ରଦେଶ ରୁ ଆସୁଥିବା ମାଛର ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ତରଫରୁ ଭୁବନେଶ୍ୱର ୪ନମ୍ବର ମାଛ ମାର୍କେଟରୁ ସଂଗ୍ରହ ହୋଇଥିବା ପାମ୍ପ୍ଲେଟ୍‌ ମାଛରେ ଫର୍ମାଲିନ୍‌ ଥିବା ଲ୍ୟାବ୍‌ ଟେଷ୍ଟ ପରେ ସ୍ପଷ୍ଟ ହୋଇଛି ।

ସୂଚନା ଅନୁଯାୟୀ, ଆଜି ସକାଳୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ୧୨ ଜଣିଆ ଟିମ୍‌ ଭୁବନେଶ୍ୱର ର ୪ ନମ୍ୱର ମାଛ ମାର୍କେଟ୍‌ରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ରୋହି, ମିରିକାଳି, ପାମ୍ପ୍ଲେଟ୍‌ ଆଦି ୯ଟି ମାଛର ନମୁନା ସଂଗ୍ରହ କରିଥିଲେ। ସେଥିମଧ୍ୟରୁ ପାମ୍ପ୍ଲେଟ୍‌ ମାଛ ନମୁନାରୁ ଫର୍ମାଲିନ ମିଳିଛି। ଏହି ବିଷାକ୍ତ ମାଛ କେଉଁ ଡିପୋରୁ ଆସିଛି, ତାହାର ତଦନ୍ତ କରାଯିବା ସହ ସମସ୍ତ ମାଛକୁ ନଷ୍ଟ ମଧ୍ୟ କରାଯିବ ବୋଲି କହିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ସଚିବ ବିଶାଲ ଗଗନ। ଏହାସହ ଜିଲ୍ଲାର ଅନ୍ୟ ସମସ୍ତ ସ୍ଥାନରୁ ନମୁନା ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଶାଳ ଗଗନ।

ମାଛରେ ବିଷାକ୍ତ ଫର୍ମାଲିନ୍‌ ବ୍ୟବହାର କୁ ଦୃଷ୍ଟି ରେ ରଖି ରାଜ୍ୟର ସମସ୍ତ ଉପକୂଳ ଅଞ୍ଚଳର ଜିଲ୍ଲାପାଳ ମାନଙ୍କୁ ସେମାନଙ୍କ ଅଞ୍ଚଳର ମାଛର ନମୁନା ସଂଗ୍ରହ ଓ ଯାଞ୍ଚ ର ନିର୍ଦେଶ ଦିଆଯିବ ବୋଲି ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ସଚିବ ବିଶାଲ ଗଗନ କହିବାସହ ମାଛରେ ଫର୍ମାଲିନ୍‌ ବ୍ୟବହାର ନକରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯିବ ବୋଲି ମଧ୍ୟ କହିଛନ୍ତି।

Leave A Reply

Your email address will not be published.