ବନ୍ୟା ସ୍ଥିତି ସମୀକ୍ଷା କଲେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା

ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକ ଗସ୍ତ କରି ଭାର୍ଗବୀ ନଦୀର କପିଳେଶ୍ୱରପୁର ପଞ୍ଚାୟତ ତିନିକୁଦୀ ଗ୍ରାମ ଠାରେ ଦୁର୍ବଳ ନଦୀ ବନ୍ଧ ଏବଂ କୁସୁବେଣ୍ଟି ପଞ୍ଚାୟତର ଜଗଦଳ ଶଙ୍ଖ, ବାଲିଘାଇ ଶଙ୍ଖ, ତଳମାଳ ପଞ୍ଚାୟତର ପୋଡ଼ାକେରା ଓ ତଳମାଳ(ଖ) ନଦୀବନ୍ଧର ଜଳସମ୍ପଦ ବିଭାଗର ଅଧିକାରୀଙ୍କ ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଏହା ସହିତ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଗ୍ରାମବାସୀ ମାନଙ୍କର ଯେଉଁ ଭଳି ଅସୁବିଧା ନହୁଏ ସେଥିପ୍ରତି ଜଳସମ୍ପଦ ବିଭାଗ ଓ ବ୍ରହ୍ମଗିରି ବ୍ଲକ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ମଧ୍ୟାହ୍ନରେ ବ୍ରହ୍ମଗିରି ବ୍ଲକ ଲୁଣା ନଦୀର କାଣ୍ଡଗୋଦା ପଞ୍ଚାୟତର ୨୦ଟି ମୈାଜା କୁ ସଂଯୋଗ କରୁଥିବା ଜାଣ ମୁହଁ ଶଙ୍ଖ, ବ୍ରହ୍ମପଡା ଶଙ୍ଖ ଓ କାଳସି ପଡ଼ା ଶଙ୍ଖ ଉପରେ ଜଳସମ୍ପଦ ବିଭାଗ ଓ ଗ୍ରାମବାସୀଙ୍କ ସହିତ ବନ୍ୟା ସ୍ଥିତି ବୁଲି ଦେଖିବା ସହିତ ଲୁଣା ନଦୀ ଉପରେ ତଳମାଳ ଏବଂ କରମଳାକୁ ସଂଯୋଗ କରୁଥିବା ବ୍ରିଜ ଉପରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଜଳସମ୍ପଦ ଓ ଡ଼୍ରେନେଜ୍ ବିଭାଗର ଅଧିକାରୀଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ଗସ୍ତ ସମୟରେ ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଦ୍ୟାଧର ସ୍ଵାଇଁ, ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ ଦଳାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ତଳମାଳ ପଞ୍ଚାୟତ ସରପଞ୍ଚ ଦିନବନ୍ଧୁ ପ୍ରଧାନ, କୁସୁବେଣ୍ଟି ପଞ୍ଚାୟତଙ୍କ ପ୍ରତିନିଧି ରାଧାକାନ୍ତ ସାହୁ, କପିଳେଶ୍ୱରପୁର ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ତଳମାଳ ପଞ୍ଚାୟତ ପୂର୍ବତନ ସରପଞ୍ଚ ବାଳକୃଷ୍ଣ ପେଣ୍ଠେଇ, ସମିତି ସଭ୍ୟ ନିରଞ୍ଜନ ପରିଡ଼ା, ବ୍ରହ୍ମଗିରି ତହସିଲଦାର କାହ୍ନୁଚରଣ ଘଡେ଼ଇ, ଜଳସମ୍ପଦ ବିଭାଗ ଅଧିକ୍ଷଣ ତପନ କୁମାର ମଜୁମଦାର, ଯନ୍ତ୍ରୀ ସୁବ୍ରତ ଡ଼ୋରା ବ୍ରହ୍ମଗିରି ବ୍ଲକର ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।