ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ା

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ସେ ଅନେକ ଦିନରୁ କର୍କଟ ରୋଗରେ ପୀଡ଼ିତ ଥିଲେ ।

ସୂଚନା ଅନୁଯାୟୀ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ଓଡ଼ିଶା ଭାଷା ଆନ୍ଦୋଳନର ମୁଖ୍ୟ ବୈଷ୍ଣବ ପରିଡ଼ାଙ୍କ ଦେହାନ୍ତ ହୋଇଯାଇଛି । ଅନେକ ଦିନରୁ ସେ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

୧୯୪୧ ଫେବୃୟାରୀ ୧୫ ତାରିଖରେ ବୈଷ୍ଣବ ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସିପିଆଇ ନେତା ଭାବେ ସେ ୧୯୬୦ ରୁ ୧୯୯୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୯୩ରେ ବୈଷ୍ଣବ କଂଗ୍ରେସରେ ସାମିଲ ହୋଇ ୧୯୯୮ ପର୍ଯ୍ୟନ୍ତ କଂଗ୍ରେସ ଦଳରେ ଥିଲେ । ପରେ ୧୯୯୯ରୁ ୨୦୦୮ ପର୍ଯ୍ୟନ୍ତ ସେ ସମାଜବାଦୀ ପାର୍ଟିରେ ଥିଲେ । ୨୦୦୮ ମଧ୍ୟଭାଗରେ ସେ ବିଜେଡ଼ିରେ ସାମିଲ ହୋଇଥିଲେ । ୨୦୧୦ରେ ବିଜେଡ଼ି ପକ୍ଷରୁ ସେ ରାଜ୍ୟସଭା ସାଂସଦ ହୋଇଥିଲେ । ୨୦୧୬ ଜୁଲାଇ ୧ରେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଥିଲା । ବୈଷ୍ଣବ ପରିଡ଼ା ବହୁ ପ୍ରତିଭାର ଅଧିକାରିଥିଲେ । ସେ ଜଣେ ରାଜନେତା ହେବା ସହ ଲେଖକ ଓ ସମାଜେସେବୀ ଭାବରେ ମଧ୍ୟ ପରିଚିତ ।

ବୈଷ୍ଣବ ପରିଡ଼ାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ସମଗ୍ର ଓଡ଼ିଶା ରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.