ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏନଏବି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ଗିରଫ କରିଛି । ଜର୍ଦ୍ଦାରୀ ଓ ତାଙ୍କ ଭଉଣୀ ଫରୟାଲ ତାଲପୁରଙ୍କ ମିଥ୍ୟା ବ୍ୟାଙ୍କ ଆକାଉଣ୍ଟ ମାମଲାରେ ଇସଲାମାବାଦ ହାଇକୋର୍ଟ ସେମାନଙ୍କ ଅନ୍ତରୀଣ ଜାମିନ ଅବଧିକୁ ବଢାଇବାକୁ ମନା କରିବା ସହ ଗିରଫ କରିବାକୁ ଆଦେଶ ଦେଇଥିଲେ ।

ସୂଚନା ଅନୁଯାୟୀ, ଜର୍ଦ୍ଦାରୀଙ୍କୁ ତାଙ୍କ ବାସଭବନରୁ ଆଜି ଏନଏବି ଗିରଫ କରିଛି । ଏହି ଗିରଫଦାରୀ ପୂର୍ବରୁ ଜର୍ଦ୍ଦାରୀ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ପାକିସ୍ତାନବାସୀଙ୍କୁ ଅନୁରୋଧ କରିଥିଲେ । ପାକିସ୍ତାନର ଉଜୁଡା ଅର୍ଥବ୍ୟବସ୍ଥା ପାଇଁ ସେ ଇମରାନ ଖାନଙ୍କୁ ଦାୟୀ କରିଛନ୍ତି ।

Leave A Reply

Your email address will not be published.