ସ୍ମୃତି ଇରାନୀଙ୍କର ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ଗଡ଼ ଆମେଠିରୁ ନିର୍ବାଚନ ଜିତିଥିବା ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ ହେଉଛନ୍ତି ଆମେଠିର ବରୌଲିଆ ଗାଁର ପୂର୍ବତନ ମୁଖିଆ ସୁରେନ୍ଦ୍ର ସିଂହ । ଶନିବାର ବିଳମ୍ବିତ ରାତିରେ ସୁରେନ୍ଦ୍ର ତାଙ୍କ ଘର ବାହାରେ ଶୋଇଥିବା ବେଳେ କେତେଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିଲେ‌ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆମେଠି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଥିଲା । ତେବେ ଲକ୍ଷ୍ନୌରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ସାଧାରଣ ନିର୍ବାଚନ ବେଳେ ସ୍ମୃତି ଇରାନୀଙ୍କ ପାଇଁ ନିର୍ବାଚନ ପ୍ରଚାର ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟକ୍ରମରେ ତାଙ୍କର ସକ୍ରୀୟ ସହଯୋଗ ରହିଥିଲା । ତେବେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି କେ‌ହି ସୁରେନ୍ଦ୍ରଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, କଂଗ୍ରେସ ଗଡ଼ ଭାବେ ପରିଚିତ ଆମେଠିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରାର୍ଥୀ ହୋଇଥିଲେ । ବିଜେପି ନେତ୍ରୀ ସ୍ମୃତି ଇରାନୀ ଏଠାରୁ ପ୍ରାର୍ଥୀ ହୋଇଥିବା ବେଳେ ସ୍ମୃତିଙ୍କୁ ବହୁମତ ମିଳିଥିଲା । ଫଳରେ ଦୀର୍ଘ ବର୍ଷର ରେକର୍ଡ଼ ଭାଙ୍ଗି ଏଠାରେ ବିଜେପି ଜିତିଥିଲା ।

Leave A Reply

Your email address will not be published.