ଫ୍ରାନ୍ସ ଉତ୍ପାଦକୁ ବୟକଟ କରିବା ଟ୍ରେଣ୍ଡରେ ତୁର୍କୀ ଏବଂ ପାକିସ୍ତାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟିଚର ସୈମୁଲ ପୈଟିଙ୍କ ବର୍ବର ହତ୍ୟାକାଣ୍ଡ ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମୈନୁଏଲନ୍ମା ମାକ୍ରୋନ୍ ଆତଙ୍କବାଦ ସାମ୍ନାରେ ମୁଣ୍ଡ ନୁଆଇଁବେନି ବୋଲି ବୟାନ ଦେଇଛନ୍ତି। ଏପରିକି ସେ ଏହି ହତ୍ୟାକାଣ୍ଡକୁ ଇସଲାମିକ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ଏହାର ଜବାବ ଦେଇ ତୁର୍କୀ ରାଷ୍ଟ୍ରପତି ରେଚେପ ତୈୟପ ଅର୍ଦ୍ଦୋଆନ୍ ଫ୍ରାନ୍ସ ଉତ୍ପାଦକୁ ବୟକଟ୍ କରିବା ଅଭିଯାନ ଆରମ୍ଭ କରିଛନ୍ତି। ତୁର୍କୀ ରାଷ୍ଟ୍ରପତିଙ୍କୁ ସମର୍ଥନ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି ଯେ, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏଭଳି ବୟାନ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଛି। ଏଥିସହ ପାକିସ୍ତାନ ମଧ୍ୟ ନିଜ ବଜାରରେ ଫ୍ରାନ୍ସ ଉତ୍ପାଦ ବିକ୍ରିକୁ ବୟକଟ୍ କରିବା ଟ୍ରେଣ୍ଡରେ ସାମିଲ୍ ହୋଇଛି। ପ୍ରମୁଖ ପାକ୍ ଟ୍ୱିଟର ହାଣ୍ଡେଲ୍ ଗୁଡ଼ିକରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ଫଟୋ ସହ ସାରା ପୃଥିବୀରେ ମୁସଲାମାନ ଦେଶଗୁଡ଼ିକ ଫ୍ରାନ୍ସ ଉତ୍ପାଦକୁ ବୟକଟ୍ କରନ୍ତୁ ବୋଲି ଅପିଲ୍ କରାଯାଇଛି। ପାକିସ୍ତାନ ଛଡ଼ା ଅନ୍ୟ ଦେଶଗୁଡ଼ିକ ମଧ୍ୟ ତୁର୍କୀ ଉତ୍ପାଦକୁ ବୟକଟ କରିଛନ୍ତି। ତେବେ ଏହି ଟ୍ରେଣ୍ଡରେ ପାକିସ୍ତାନ ଶୀର୍ଷରେ ରହିଛି। ଏଥିସହ ସାଉଦି ଆରବ ନାଗରିକମାନେ ତୁର୍କି ଉତ୍ପାଦ ବୟକଟ୍ ଅଭିଯାନ ଆରମ୍ଭ କରି ସାରିଛନ୍ତି। ଏଥିସହ ସେମାନେ ଗ୍ରୀକ୍ ସାମଗ୍ରୀ କିଣିବା ଉପରେ ଗୁରୁତ୍ୱ ଦେଉଛନ୍ତି। ସାଉଦିରେ ଏହି ଟ୍ରେଣ୍ଡ ଲାଗି ରହିଲେ ଏହା ତୁର୍କୀ ପାଇଁ ବିଷମ ପରିସ୍ଥିତି ସୃଷ୍ଟି କରିପାରେ।

Leave A Reply

Your email address will not be published.