ମାଗଣା ମାର୍କେଟିଂ ରେ ବ୍ୟସ୍ତ ପୋଲିସ ବାବୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କମିଶନରେଟ ପୋଲିସର ଜଣେ ଇନ୍ସପେକ୍ଟରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପୋଲିସ ବାବୁ ଜଣଙ୍କ ଚାନ୍ଦା ଆଦାୟ କରିବା ସହ ମନଇଚ୍ଛା ମାଗଣାରେ ମାର୍କେଟିଂ କରୁଛନ୍ତି। ଯାହା କମିଶନରେଟ ପୋଲିସ ଇତିହାସ ରେ ପ୍ରଥମ ବୋଲି କୁହାଯାଉଛି।

ସଂପୃକ୍ତ ପୋଲିସ ବାବୁ ଜଣଙ୍କ ନିକଟରେ ଜିଲ୍ଲା ବାହାରୁ କମିଶନରେଟ ପୋଲିସ କୁ ବଦଳି ହୋଇ ଆସି ଏକ ପ୍ରମୁଖ ଥାନା ଅଧିକାରୀ ଦାୟିତ୍ୱ ନେଇଛନ୍ତି।

ସୂଚନା ଅନୁସାରେ, ନିକଟରେ ଜଣେ ପୋଲିସ ବାବୁ ଜିଲ୍ଲା ବାହାରୁ ଆସି କମିଶନରେଟ ପୋଲିସ ର ଏକ ପ୍ରମୁଖ ଥାନାର ଅଧିକାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବିଭିନ୍ନ ଡାନ୍ସ ବାର ବୁଲି ତଲାସୀ ବାହାନା ରେ ମଦ ଓ ମାଂସ ର ମଜା ଲୁଟୁଛନ୍ତି। ସେ ନିଜ ପତ୍ନୀଙ୍କ ସହ ଦୋକାନ ଦୋକାନ ବୁଲି ସୌଖୀନ ସାମଗ୍ରୀ କିଣି ପୋଲିସଗିରି ଦେଖାଇ ପଇସା ନଦେବା ଶୁଣିବାକୁ ମିଳୁଛି। ଆହୁରି ମଧ୍ୟ ସେ ପୋଲିସ ଡ୍ରେସ ଭଡାରେ ଆଣି ନଫେରେଇବା ଶୁଣିବାକୁ ମିଳୁଛି। କମିଶନରେଟ ପୋଲିସରେ ଏହା ଏକ ବିରଳ ଘଟଣା ହୋଇଥିବାରୁ ରାଜଧାନୀ ରେ ଚର୍ଚ୍ଚାର ବିଷୟ ପାଲଟିଛି।

Sikshaya
Leave A Reply

Your email address will not be published.