ଭିକି କୌଶଲ ଠାରୁ ହ୍ରିତିକ ରୋଶନ ପର୍ଯ୍ୟନ୍ତ, ଫିଟ ରହିବା ପାଇଁ ନିଜ ଡାଏଟରେ ଖାନ୍ତି ଏହିସବୁ ଖାଦ୍ୟ

ସବୁବେଳେ ସେଲିବ୍ରେଟି ମାନେ ନିଜ ଫିଟନେସକୁ ନେଇ ଅଧିକ ଜୋର ଦିଅନ୍ତି, କାରଣ ତାଙ୍କଠାରୁ ତାଙ୍କ ଫ୍ୟାନମାନେ ମୋଟିଭେଟ ହୋଇଥାନ୍ତି | ଆଜି ଆମେ ପଣଙ୍କୁ ଏଭଳି କିଛି ସେଲିବ୍ରେଟି କହିବୁ ଯାହାର ଫିଜ଼ୀକକୁ ନେଇ ଆପଣ ବି ପାଗଳ | ତେବେ ଜାଣିଛନ୍ତି କି ସେମାନଙ୍କ ଏହି ଫିଟନେସ ର ରାଜ କ’ଣ ? ଆଉ ସେମାନେ ନିଜ ଡାଏଟରେ କ’ଣ ଖାନ୍ତି ଆସନ୍ତୁ ଜାଣିବା …
ଅର୍ଜୁନ କପୁର:
ଅର୍ଜୁନ କପୁର ନିଜ ଫିଟନେସକୁ ନେଇ ସବୁଆଡେ ଚର୍ଚ୍ଚା | ତେବେ ସେ ଦିନକୁ ୪ଥର ଖାଇଥାନ୍ତି |ଗୋଟିଏ ଦିନରେ ସେ ୧୨୦୦ କ୍ୟାଲୋରୀ ଖାଇଥାନ୍ତି | ସେ ପ୍ରୋଟିନ୍ ଯୁକ୍ତ ଜଳଖିଆ କରନ୍ତି | ମଧ୍ୟାହ୍ନ ଭୋଜନରେ ଏକ ସାଧାରଣ ସନ୍ତୁଳନ ଖାଦ୍ୟ ଗ୍ରହଣ କରନ୍ତି, ସ୍ନାକ୍ସରେ ସେ ମୋନୋସାସୁରେଟେଡ୍ ଫ୍ୟାଟି ଏସିଡ୍ ଏବଂ ପଲିନସୁଚୁରେଟେଡ୍ ଫ୍ୟାଟି ଏସିଡ୍ ଭରପୂର ସ୍ନାକ୍ସ କରନ୍ତି ଓ ରାତ୍ରିଭୋଜନରେ ଫାଇବର ଏବଂ ପ୍ରୋଟିନ୍ ଭରପୂର ଖାଦ୍ୟ ଖାଇଥାନ୍ତି, ଯେଉଁଥିରେ କାର୍ବସ ପରିମାଣ କମ୍ ଥାଏ |
ହ୍ରିତିକ ରୋଶନ:
ହ୍ରିତିକ ରୋଶନ ଦିନକୁ ୩ଥର ଖାଇଥାନ୍ତି | ବ୍ରେକଫାଷ୍ଟ, ଲଞ୍ଚ ଓ ଡ଼ିନର | ସେ ସକାଳେ ପ୍ରୋଟିନ ଯୁକ୍ତ ଖାଦ୍ୟ କହୁଥିବାବେଳେ ମଧ୍ୟାହ୍ନ ସମୟରେ କାର୍ବସ ଖାଇବାକୁ ପସନ୍ଦ କରନ୍ତି | ସେହିଭଳି ରାତିରେ କାର୍ବସକୁ ବାଦ ଦେଇ ପ୍ରୋଟିନ ଓ ସବୁଜ ପନି ପରିବା ଖାଇବାକୁ ପସନ୍ଦ କରନ୍ତି |
ସାହିଦ କପୁର :
ସାହିଦ ଏକ୍ସଟ୍ରା ଅଡ଼ିନାରି ଫିଜ଼ୀକ୍ର ଅଧିକାରୀ ଅଟନ୍ତି | ଏଥିପାଇଁ ସେ ସବୁବେଳେ ନିଜ ଫିଟନେସ ପାଇଁ ଥାନ୍ତି ଚର୍ଚ୍ଚାରେ | ସେ ପ୍ରୋଟିନ, କାର୍ବସ ଖାଇବାକୁ ଅଧିକ ପସନ୍ଦ କରନ୍ତି |
ଭିକି କୌଶଲ:
ଭିକି ଫିଲ୍ମକୁ ନେଇ ନିଜ ଫିଗରକୁ ମେଣ୍ଟେନ୍ କରନ୍ତି | ଗୋଟିଏ ଦିନରେ ଭିକି ୩୫୦୦ କ୍ୟାଲୋରୀ ଖାଦ୍ୟ ଖାନ୍ତି | ସେଥିରୁ ସେ ୩୦% ଫ୍ୟାଟ, ୨୫% ପ୍ରୋଟିନ୍ ଏବଂ ୪୦-୫୦% କାର୍ବୋହାଇଡ୍ରେଟ୍ ନେଇଥାଏ | ଅଧିକ ଭୋକ ଲାଗିଲେ ସେ ସାଲାଡ଼ ଖାଇବାକୁ ପସନ୍ଦ କରନ୍ତି |