ନବୀନଙ୍କୁ ପାଣ୍ଠି ଚିନ୍ତା: ଏମ୍‌ପି, ବିଧାୟକଙ୍କୁ  ମାସକର ଦରମା ଦେବାକୁ ଅନୁରୋଧ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ(ବିଜେଡି) ୨୧ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏ ନେଇ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘାରିଛି ଖର୍ଚ୍ଚ ତୁଲାଇବା ଚିନ୍ତା । ତେବେ ଦଳ ପାଇଁ ମାସକର ଦରମା ଦେବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ଏମ୍‌ପି ଏବଂ ବିଧାୟକଙ୍କୁ ଅନୁରୋଧ କରି ସୋମବାର ଏକ ଚିଠି ଲେଖିଛନ୍ତି । ପ୍ରତିଷ୍ଠା ଦିବସ ପୂର୍ବରୁ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ବିଧାୟକ ପ୍ରାର୍ଥୀ, ଜିଲା ସଭାପତି, ଛାମୁଆ ସଂଗଠନର ରାଜ୍ୟ, ବ୍ଲକ ଓ ନଗର ସଭାପତିମାନଙ୍କୁୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ ଦଳୀୟ ଫଣ୍ଡକୁ ପାଣ୍ଠି ଯୋଗାଇବା ସହିତ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ଏମ୍‌.ପି ଓ ବିଧାୟକ ନିଜର ମାସକ ଦରମା ଦଳୀୟ ପାଣ୍ଠିକୁ ଚେକ୍‌ ଆକାରରେ ପ୍ରଦାନ କରି ଦଳର ଆର୍ଥିକ ଶକ୍ତିକୁ ମଜଭୁତ କରିବାକୁ ବିଜେଡି ସଭାପତି ଆହ୍ବାନ ଦେଇଛନ୍ତି । ଏଥିସହିତ ବିଜେଡିର ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ନିକଟରୁ ମଧ୍ୟ ଚେକ୍‌ କିମ୍ବା ଅନଲାଇନ ମାଧ୍ୟମରେ (www.bjdodisha.org.in)ରେ ଦାନ ଗ୍ରହଣ କରିବାକୁ  ଜିଲ୍ଲା ସଭାପତିମାନଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । ଯେଉଁ ଶୁଭେଚ୍ଛୁ ଓ ସମର୍ଥକମାନେ ଦଳୀୟ ପାଣ୍ଠିକୁ ଅନୁଦାନ ଦେବେ ସେହି ଅର୍ଥ ଆୟକର ଆଇନ ୧୯୬୧-୨୦୧୭ର ସେକ୍ସନ ୮୦ ଜିଜିସି ଅନୁଯାୟୀ ସମ୍ପୂର୍ଣ୍ଣ ଆୟକର ମୁକ୍ତ ହେବ । ଦାନ ଦେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ପରିମାଣ ଧାର୍ଯ୍ୟ କରାଯାଇ ନାହିଁ । ଯେଉଁ ବ୍ୟକ୍ତି ନିଜ ଇଚ୍ଛା ଅନୁଯାୟୀ ଯାହା ଦେବେ ତାହା ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ବିଜୁ ବାବୁଙ୍କ ଜନ୍ମ ଦିବସ ମାର୍ଚ୍ଚ ୫, ୨୦୧୫ରୁ ଆରମ୍ଭ ହୋଇଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଦଳ ପକ୍ଷରୁ ରକ୍ତଦାନ କରାଯାଉଛି । ଏହା ମୋତେ ସର୍ବାଧିକ ଆତ୍ମ ସନ୍ତୋଷ ଦେଇଛି ବୋଲି ନବୀନ କହିଛନ୍ତି ।

Leave A Reply

Your email address will not be published.