ଏଥର ୧୧ ଜଣ ବଦଳରେ ଖେଳିବେ ୧୫ ଜଣ

ବିସିସିଆଇ ଏବେ IPL ରେ ଲାଗୁ କରିବ ନୂଆ ନିୟମ । ଏହି ନିୟମ ଅନୁସାରେ ୧୧ ଖେଳାଳି ବଦଳ ରେ ୧୫ ଖେଳାଳି ମ୍ୟାଚ୍ ଖେଳିବାକୁ ଯୋଗ୍ୟ ହେବେ । ଏହି ନିୟମକୁ ଅଧିନରେ ଖେଳିବେ ‘ଇମ୍ପାକ୍ଟ ପ୍ଲେୟାର’ ।
ନିୟମର ପରୀକ୍ଷା ପାଇଁ ଏହା ପ୍ରଥମେ ଘରୋଇ କ୍ରିକେଟ୍ ରେ ଲାଗୁ ହେବ । ଏହି ପର୍ଯ୍ୟାୟରେ, ବିସିସିଆଇ ଅକ୍ଟୋବର ୧୧ରୁ ଖେଳାଯିବାକୁ ଥିବା T-20 ସୟଦ ମୁସତାକ୍ ଅଲି କ୍ରିକେଟରେ ଏହାକୁ ଲାଗୁ କରାଯିବ ।
ଘରୋଇ କ୍ରିକେଟରେ ଟେଷ୍ଟ କରିବା ପରେ ଏହି ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ଆସନ୍ତା ବର୍ଷର ଆଇପିଏଲ୍ ୨୦୨୩ ସିଜନରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ ।
ସୂଚନା ମତେ, ଏହି ନିୟମ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟ ବିଗ୍ ବାସ୍ ଲିଗ୍ (ବିବିଏଲ୍) ରେ ‘ଏକ୍ସ ଫ୍ୟାକ୍ଟର୍’ ନାମରେ ମଧ୍ୟ ପ୍ରଯୁଜ୍ୟ ଅଛି । କିନ୍ତୁ ୧୫ ବଦଳରେ ୧୩ ଖେଳାଳି ଖେଳିବାକୁ ଅନୁମତି ଅଛି ।
ବିସିସିଆଇ ସମସ୍ତ ରାଜ୍ୟକୁ ଏକ ସର୍କୁଲାର ପଠାଇଛି । ଏଥିରେ କୁହାଯାଇଛି, ‘T-20 କ୍ରିକେଟର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ କିଛି ନୂଆ କରିବାକୁ ପ୍ରସ୍ତୁତି ଚାଲିଛି ।