୫ ମହିଳାଙ୍କୁ ବଳାତ୍କାର ପରେ ଭିଡିଓ କଲେ ଭାଇରାଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜଣେ ନୁହେଁ କି ଦୁଇଜଣ ନୁହେଁ ୫ଜଣ ମହିଳାଙ୍କୁ ଗଣ ବଳାତ୍କାର କରିବା ସହ ବଳାତ୍କାର ସମୟର ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଛନ୍ତି ଅଭିଯୁକ୍ତମାନେ। ରାଞ୍ଚି ଠାରୁ ୯୦ କିମି ଦୂର କୋଚଙ୍ଗ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା। ଏ ନେଇ ଗୁରୁବାର ଆର୍କି ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳା ମାନଙ୍କୁ ଉଦ୍ଧାର କରିବା ସହ ଡାକ୍ତର ମାଇନା ଲାଗି ନିକଟସ୍ଥ ମେଡିକାଲ ନେଇଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଦୀର୍ଘ ୩ଘଣ୍ଟାକାଳ କେତେଜଣ ଯୁବକ ମହିଳାମାନଙ୍କୁ ଗଣ ବଳାତ୍କାର କରିବା ସହ ଏହାର ଭିଡିଓ ରେକର୍ଡି କରିଥିଲେ। ଯଦି କେହି ବି ପୋଲିସକୁ ଏ ନେଇ ଅଭିଯୋଗ କରନ୍ତି ତେବେ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ଛାଡି ଦିଆଯିବ ବୋଲି ସେମାନେ ଧମକ ଦେଇଥିଲେ। ଗଣ ଦୁଷ୍କର୍ମ ର ଶିକାର ହୋଇଥିବା ଏହି ମହିଳା ମାନେ ସମାଜ ସେବି। ସେମାନେ ଝାଡ଼ଖଣ୍ଡ ର ମାନବ ଚାଲାଣ ବିରୁଦ୍ଧରେ ସଚେତନତା ସୃଷ୍ଟି କରୁଥିଲେ।

ଏହି ଘଟଣାରେ ସେଠାକାର ଡିଆଇଜି କହିଛନ୍ତି, ଏହା ଅତ୍ୟନ୍ତ ସମ୍ବେଦେନଶୀଳ ଘଟଣା। ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ। ତେବେ ଘଟଣା ଘଟିବାର ପ୍ରାୟ ୨ଦିନ ପରେ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡିଛି। ଆର୍କି ଥାନାର ଅଧିକାରୀ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଏକ ସ୍ବତନ୍ତ୍ର ଟିମ କରୁଛି। ପୋଲିସ ଉପରେ ବିଶ୍ୱାସ ଓ ଭରଷା ରଖିବା ସହ ପୋଲିସକୁ ତଦନ୍ତ ପକ୍ରିୟାରେ ସାହାଯ୍ୟ କରିବା ଲାଗି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.