ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟ ରେ ଭାଇଜାନ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଲିଉଡ଼ ସୁପରଷ୍ଟାର ସଲମାନ ଖାଁଙ୍କୁ ମାରିବାକୁ ଟାର୍ଗେଟ କରିଛି ଅନ୍ତରାଜ୍ୟ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣଇ। ବିଷ୍ଣଇ ନିଜ ଗ୍ୟାଙ୍ଗର ଅତି ବିଶ୍ୱସ୍ତ ସମ୍ପତ ନେହରାକୁ ମେ ପ୍ରଥମ ସପ୍ତାହରେ ଏଥିପାଇଁ ମୁମ୍ବାଇ ପଠାଇଥିଲା। ସମ୍ପତ ସେଠାରେ ସଲମାନଙ୍କ ଗାଲାକ୍ସଇ ଅପାର୍ଟମେଂଟ ଉପରେ ନଜର ରଖିବା ସହ ସଲମାନଙ୍କ ଯିବାଆସିବାର ଖବର ରଖୁଥିଲା।

ହାଇଦ୍ରାବାଦରୁ ସମ୍ପତ ଗିରଫ ହେବା ପରେ ପୋଲିସ ଏ ସମ୍ପର୍କରେ ସୂଚନା ପାଇଛି। ଏଥିସହ ଗଲାକ୍ସଇ ଆପାଟମେଂଟର କିଛି ଫୋଟୋ ମଧ୍ୟ ସମ୍ପତ ଉଠାଇଥିବା ପୋଲିସ ଜାଣିବାକୁ ପାଇଛି। ତେବେ ସଲମାନଙ୍କୁ ଆଟାକ କରିବା ପୂର୍ବରୁ ଆଉଥରେ ଫାଇନାଲ ସର୍ଭେ ପାଇଁ ମୁମ୍ବାଇ ଜିବାକୁ ଏହି ଗ୍ୟାଙ୍ଗ ପ୍ଲାନ କରିଥିଲା। ଏହା ପରେ ଭାରତ ଛାଡି ଚାଲି ଯିବାର ଯୋଜନା ବି ହୋଇଥିଲା ବୋଲି ଶନିବାର ହରୟାନା ଡିଆଇଜି ସତୀଶ ଵାଲାନ ସୂଚନା ଦେଇଛନ୍ତି।

ଵାଲାନ କହିଛନ୍ତି, ବିଷ୍ଣଇ ଦୀର୍ଘ ଦିନ ପୂର୍ବରୁ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲା। ବିଷ୍ଣଇ ଏବେ ଜୋଧପୁର ଜେଲରେ ରହି ନିଜ ଗ୍ୟାଙ୍ଗ ଚଳାଉଛି। ଏଥିସହ ଏହି ଗ୍ୟାଙ୍ଗର ବହାର ଦେଶ ସହ ଲିଙ୍କ ଥିବା ଵାଲାନ କହିଛନ୍ତି। ବିଷ୍ଣଇ ଗ୍ୟାଙ୍ଗ ନାଁରେ ରାଜସ୍ଥାନ, ହରିୟାନା ଓ ଚଣ୍ଡୀଗଡ଼ ରାଜ୍ୟରେ ୨୪ରୁ ଅଧିକ ମାମଲା ରହିଛି।

Sikshaya
Leave A Reply

Your email address will not be published.