୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା-ଆନ୍ଧ୍ରପ୍ରଦେଶର ସୀମାନ୍ତରୁ କଳାହାଣ୍ଡିକୁ ଗଞ୍ଜେଇ ଚୋରା ଚାଲଣ ହେଉଥିବାବେଳେ ପାଡୁଆ ପୁଲିସ ଏହାକୁ ଜବତ କରିଛି। ଏକ ବୋଲେରୋରେ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହିତ ପୁଲିସ ୨ ଜଣଙ୍କୁ ଅଟକ ରଖିଛି। ବିଶେଷ ସୂତ୍ରରୁ ଖବରପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସଡିପିଓ ଏବଂ ପାଡୁଆ ଥାନା ଅଧିକାରୀ ମିଳିତ ଚଟୁଆ ଗ୍ରାମ ନିକଟରେ ନକାବନ୍ଦି କରିଥିଲେ। ଦୃତ ଗତିରେ ଆସୁଥିବା ଏକ ବୋଲେରୋକୁ ଅଟକାଇ ଗାଡ଼ି ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା।

ଘଟଣାସ୍ଥଳରୁ ୨ ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ପୁଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଏହି ଗାଡ଼ି ଓଡ଼ିଶା ଆନ୍ଧ୍ର ସୀମାନ୍ତ ସୁଡୁକ ଗ୍ରାମରୁ ଗଞ୍ଜେଇ ନେଇ କଳାହାଣ୍ଡି ଚୋରା ଚାଲାଣ କରୁଥିଲେ। ବୋଲେରୋରେ ପ୍ରାୟ ଅଢ଼େଇ କୁଇଣ୍ଟାଲରୁ ଅଧିକା ହେବା ନେଇ ପୁଲିସ ଅନୁମାନ କରୁଛି। ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ପୁଲିସ ସୂଚନା ଦେଇଛି।

Leave A Reply

Your email address will not be published.