ଗଞ୍ଜାମର ସବୁ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମର ସବୁ ଧର୍ମାନୁଷ୍ଠାନ ଆସନ୍ତାକାଲିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କରୋନା ସଂକ୍ରମଣ ବୃଦ୍ଧି ହେବା ଯୋଗୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ୭ ଦିନ ଧର୍ମାନୁଷ୍ଠାନ ସାନିଟାଇଜ ହେବା ସହ ସମସ୍ତ ରୀତିନୀତି ପାଳନ କରାଯିବ। ଏଥିସହିତ ପାର୍କ, ଖେଳପଡ଼ିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ୭ଦିନ ପାଇଁ ବନ୍ଦ ରହିବ। ସର୍ବସାଧରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ ମଧ୍ୟ କଟକଣା ଲଗାଯାଇଛି।
ସୂଚନା ଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ମା’ ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ନିକଟରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଦେଶୀ ବେହେରା ସାହିକୁ ସିଲ୍ କରିଛି ପ୍ରଶାସନ । ଏବଂ ଚତୁଃପାର୍ଶ୍ୱକୁ କଣ୍ଟେନମେଣ୍ଟ ଜୋନ ଘୋଷୋଣା କରିଛି ।

Leave A Reply

Your email address will not be published.