ଯୁବତୀଙ୍କୁ ଘରୁ ଉଠାଇ ନେଇ ଗଣବଳାତ୍କାର

0

ଓଡ଼ିଶାଫାଷ୍ଟ(ବ୍ୟୁରୋ)-ଗଞ୍ଜାମ ଜିଲ୍ଲାରେ ପୁଣି ଏକ ଲଜ୍ଜା ଜନକ ଘଟଣା ଘଟିଛି। ଭାଇ, ଭଉଣୀଙ୍କ ସହ ଘରେ ଶୋଇଥିବା ବେଳେ ଜଣେ ଯୁବତୀଙ୍କୁ ଦୁର୍ବୃତ୍ତମାନେ ଉଠାଇ ନେଇ ଗଣ ବଳାତ୍କାର କରିଛନ୍ତି। ଏଥିସହ ଦୁର୍ବୃତ୍ତମନେ ଯୁବତୀଙ୍କୁ ଆକ୍ରମଣ ମଧ୍ୟ କରିଥିବା ଜଣାପଡ଼ିଛି। ଗଞ୍ଜାମ ଜିଲା ପୋଲସରା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। 
ପ୍ରକାଶ ଯେ, ଯୁବତୀଙ୍କ ମା’ବାପା ଭୁବନେଶ୍ୱରରେ ରହି ଦିନମଜୁରିଆ ଭାବେ କାର୍ଯ୍ୟ କରନ୍ତି। ଯୁବତୀ ଜଣକ ଘରେ ସାନ ଭଉଣୀ ଓ ଭାଇଙ୍କ ସହ ରୁହନ୍ତି। ବୁଧବାର ରାତିରେ ଭାଇ, ଉଭଣୀଙ୍କ ସହ ସେ ଘର ଭିତରେ ଶୋଇଥିବା ବେଳେ ୪ଜଣ ଦୁର୍ବୃତ୍ତ କବାଟ ଭାଙ୍ଗି ଘରେ ପଶିଥିଲେ। ଯୁବତୀଙ୍କୁ ଉଠାଇ ନେଇ ଘର ପଛପଟେ ଗଣବଳାତ୍କାର କରିବା ସହ ତାଙ୍କୁ ଆକ୍ରମଣ କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ପଡୋଶୀ ଘର ଲୋକେ ଉଠିପଡ଼ିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛାଡି ପଳାଇଯାଇଥିଲେ। ତେବେ ପୀଡ଼ିତା ଅଭିଯୁକ୍ତଙ୍କୁ ଚିହ୍ନି ଥିବା ପୋଲିସକୁ କହିଛନ୍ତି। ପୋଲିସ ଏ ନେଇ ୨୨୦/୧୮ନଂ. ରେ ଏକ ମାମଲା ରୁଜୁ କରିଛି। ଘଟଣାସ୍ଥଳରେ କ୍ରାଇମ୍‌ ଡିଏସ୍‌ପି ଦିଲୀପ ଦାସ, ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ଏସ୍‌ଆଇ ମମତା ସାମନ୍ତରା, ବାବୁଲାଲ  ରାଉଳଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛି। ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି। 

Leave A Reply

Your email address will not be published.