ଜେଲ ରୁ ମୁକୁଳୁଛନ୍ତି ଗଞ୍ଜାମ ଟାଇଗର, ଗଞ୍ଜାମ ରାଜନୀତି ସରଗରମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜେଲ ରୁ ମୁକୁଳୁଛନ୍ତି ଗଞ୍ଜାମ ଟାଇଗର ତଥା ସାନ ଖେମୁଣ୍ଡି ର ପୂର୍ବତନ ବହୁବଳୀ ବିଧାୟକ ରମେଶ ଜେନା । ଆଜି ତାଙ୍କୁ ଏସଡିଜିଏମ କୋଟ ରୁ ମିଳିଛି ଜାମିନ । ପୋଲିସ ତାଙ୍କ ନାଁ ରେ ଲଗାଇଥିଲା ୪୦ ରୁ ଉର୍ଦ୍ଧ କେସ । କେତେକ କେସ ରେ ନିର୍ଦୋଷରେ ସେ ଖଲାସ ହୋଇଥବା ବେଳେ ଆଉ କେତୋଟି କେସ ରେ ତାଙ୍କୁ ପୂର୍ବରୁ ଜାମିନ ମିଳିସାରିଥିଲା । ମାତ୍ର ଗୋଟିଏ କେସରେ ଜାମିନ ମିଳିନଥିବାରୁ ସେ ଦୀର୍ଘଦିନ ଧରି ଜେଲ ରେ ଥିଲେ । ଆଜି ମଧ୍ୟାହ୍ନ ରେ ତାଙ୍କୁ ଏସଡିଜିଏମ କୋଟ ରୁ ମିଳିଛି ଜାମିନ।

ସୂଚନା ମୁତାବକ,ରବିବାର ଦିନ ଜେଲରୁ ବାହାରିବେ ସାନ ଖେମୁଣ୍ଡି ର ପୂର୍ବତନ ବିଧାୟକ ରମେଶ ଜେନା । ଏନେଇ ଗଞ୍ଜାମ ରାଜନୈତିକ ମହଲ ସରଗରମ ହୋଇଉଠିଛି। ରମେଶ ଜେଲରୁ ମୁକୁଳିଲା ପରେ ବିଜେଡିରେ ଯୋଗ ଦେବେ ବୋଲି ପୂର୍ବରୁ ଖୁବ ଚର୍ଚ୍ଚା ହେଉଥିଲା। କାରଣ ରମେଶଙ୍କ ସମର୍ଥିତ, ବ୍ରହ୍ମପୁରର ୫ ରୁ ଉର୍ଦ୍ଧ୍ବ କର୍ପୋରେଟର ବିଜେଡିରେ ଯୋଗ ଦେଇସାରିଛନ୍ତି ।

ସେହିପରି ରମେଶ ବିଜେଡିରେ ଯୋଗ ଦେଲେ ଗଞ୍ଜାମ ଜିଲ୍ଲାରେ ଦଳ ଅପରାଜେୟ ହେବା ସହ ଜିଲ୍ଲାରେ କଂଗ୍ରେସ ତା’ର ସ୍ଥିତି ହରାଇବା ଏକ ପ୍ରକାର ନିଶ୍ଚିତ । କାରଣ କିଛି ଦିନ ପୂର୍ବରୁ ଜିଲ୍ଲାର ତିନି ନେତା ଚନ୍ଦ୍ର ଶେଖର ସାହୁ, ବିକ୍ରମ ପଣ୍ଡା ଓ ଭଗବାନ ଗନ୍ତାୟତ ନବୀନଙ୍କ କ୍ୟାମ୍ପକୁ ଲମ୍ଫ ଦେଇ ସାରିଛନ୍ତି ।

ରାଜ୍ୟ କଂଗ୍ରେସ ର ପିସିସି ସଭାପତି ପରିବର୍ତ୍ତନ ହେବାପରେ କଂଗ୍ରେସ ଶିବିର ଚଳ ଚଞ୍ଚଳ ହୋଇଉଠିଛି। ଗଞ୍ଜାମ ରେ ଲୁପ୍ତ ହେଉଥିବା କଂଗ୍ରେସର ସତ୍ତା କୁ ନୂଆ କରି ମଙ୍ଗ ଧରିଥିବା ସଭାପତି ନିରଞ୍ଜନ ପଟ୍ଟନାୟକ ଗଞ୍ଜାମ ଟାଇଗର ଙ୍କ ହାତ ଧରି କଂଗ୍ରେସ କୁ ମଜଭୁତ କରିବେ ନା ତାଙ୍କ ହାତ ଛାଡ଼ି ଗଞ୍ଜାମ ରେ କଂଗ୍ରେସ ଲୁପ୍ତ କରାଇବେ ତାହା ଦେଖିବା ବାକି ରହିଲା।

Leave A Reply

Your email address will not be published.