୫ଟି ସଚିବ ପଣ୍ଡିଆନଙ୍କ ଗଞ୍ଜାମ ଗ୍ରସ୍ତ ପରେ ଦବି ଯାଇଛି ସମସ୍ତଙ୍କ ବିରୋଧର ସ୍ୱର

0

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ରାଜ୍ୟରେ ଗଞ୍ଜାମ ଜିଲ୍ଲାର କରୋନା ସ୍ଥିତି ସବୁଠାରୁ ସାଙ୍ଘାତିକ ରହିଛି । ଏହାକୁ ନେଇ ଆସ୍କା ଲୋକସଭା ସାଂସଦ ପ୍ରମିଳା ବିଶୋଇ ଜିଲ୍ଲାପାଳ ଙ୍କୁ ଚିଠି ଲେଖିଥିଲେ । ଜିଲ୍ଲାର ସ୍ୱାସ୍ଥ୍ୟ ସେବା ପ୍ରତି ବିଶେଷ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ସେହିପରି ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଗଞ୍ଜାମ ଜିଲ୍ଲାର କରୋନା ପରିସ୍ଥିତିକୁ ନେଇ ଚିଠି ଲେଖିଥିଲେ । ଏହି ବିରୋଧ ପଛରେ ଜିଲ୍ଲାର କିଛି ବରିଷ୍ଠ ନେତାଙ୍କ ହାତ ଥିବା ଏବଂ ୫ଟି ସଚିବ ଭି କେ ପଣ୍ଡିଆନଙ୍କ ଗଞ୍ଜାମ ଗ୍ରସ୍ତ ପରେ ସବୁ ବିରୋଧ ସ୍ୱର ଦବି ଯାଇଥିବା ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, କରୋନା ମୁକାବିଲା ନେଇ ରାଜ୍ୟରେ କେବଳ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ଓ ଏହାକୁ ନେଇ ରାଜନେତା ମାନେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । କିଛି ନେତାଙ୍କ ଅଭିଯୋଗ ମୁତାବକ, ସ୍ଥାନୀୟ ନେତାଙ୍କ ଅପେକ୍ଷା କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଅଫିସର ସାଧାରଣ ଲୋକଙ୍କ ସଂସ୍ପର୍ଶରେ କମ ଆସିଥାନ୍ତି ଫଳରେ ସେମାନେ ଲୋକଙ୍କ ସୁବିଧା ଅସୁବିଧା ବୁଝିବାକୁ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇପାରନ୍ତି ନାହିଁ । ସେହିପରି ସୋସିଆଲ ମିଡିଆରେ ଅନେକ ଅଫିସର ଙ୍କ ଦୁର୍ବ୍ୟବହାର ସାମ୍ନାକୁ ଆସିଥିଲା ।

ରାଜ୍ୟର ଏତେବଡ଼ ବିପତ୍ତି ସମୟରେ ସ୍ଥାନୀୟ ନେତାଙ୍କୁ ଅଣଦେଖା କରାଯିବା ନେଇ ପ୍ରାୟ ସମସ୍ତ ସ୍ଥାନରେ ଅସନ୍ତୋଷର ନିଆଁ କୁହୁଳିବା ଆରମ୍ଭ ହୋଇଥିଲା । କିଛି ନେତା ପଛରେ ଥାଇ ଲୋକସଭା ସାଂସଦ ପ୍ରମିଳା ବିଶୋଇ ଏବଂ ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଗକୁ ଠେଲିଥିଲେ । ସେମାନଙ୍କ ସ୍ୱପ୍ନ ଥିଲା ନିଆଁ କୁହୁଳିବା ଆରମ୍ଭ କଲେ ସେମାନେ ଆଗକୁ ଆସି ଘିଅ ଢାଳିଥାନ୍ତେ । ମାତ୍ର ସରକାର ବିଦ୍ରୋହର ସ୍ୱର ଉତ୍ତୋଳନ ହେବା ପୂର୍ବରୁ ୫ଟି ସଚିବଙ୍କ ଗଞ୍ଜାମ ଗ୍ରସ୍ତ ନିଆଁ ଉପରେ ପାଣିଢାଳିବା ପରି କାମ କରିଛି । ଏହି ବିଦ୍ରୋହର ନିଆଁ କିଛି ସମୟ ପାଇଁ ଦବି ଯାଇଥିବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.