୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଲମତାପୁଟ ପୁଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଅନ୍ୟପଟେ ଏହି ଗଞ୍ଜେଇ ବେପାରରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି। ଲମତାପୁଟ ପୁଲିସ ଅପରାଧ ନିୟନ୍ତ୍ରଣ ଓ ଚୋରା ଗଞ୍ଜେଇ ଚାଲାଣ ରୋକିବା ନିମନ୍ତେ ଦୈନିକ ନାଇଟ୍ ପାଟ୍ରୋଲିଂ କରି ଆସୁଛି। ଗତକାଲି ରାତିରେ ଲମତାପୁଟଠାରୁ ପ୍ରାୟ ୫ କିଲୋମିଟର ଦୂର କଡ୍ରି ଗାଁ ନିକଟରେ ପୁଲିସ୍ ପାଟ୍ରୋଲିଂ କରୁଥିବାବେଳେ ଜଲାପୁଟ ଅଞ୍ଚଳରୁ ଏକ ବୋଲେରୋ(ଓଡି-୧୦ସି-୭୬୩୬) ଆସୁଥିବା ଦେଖି ପୁଲିସ ଗାଡ଼ିକୁ ଅଟକାଇଥିଲା।

ପୁଲିସ ଗାଡି ଯାଞ୍ଚ କରିବା ସମୟରେ ଡ୍ରାଇଭର ଓ ଅନ୍ୟ ଜଣେ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ। ପରେ ପୁଲିସ ଉକ୍ତ ବୋଲେରୋକୁ ଲମତାପୁଟ ଫାଣ୍ଡିକୁ ଆଣିଥିଲେ। ଗାଡିରୁ ୬୦୦ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଜବତ ଗଞ୍ଜେଇ ଜଲାପୁଟ ଅଞ୍ଚଳରୁ ଜୟପୁର ଅଭିମୁଖେ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Sikhsya
Barta

Leave A Reply

Your email address will not be published.