ସିନ୍ଦୁର ନେଲେ କୋଳରେ ପୁଅ ଦେଲେ

0

ଓଡିଶା ଫାଷ୍ଟ(ବ୍ୟୁରୋ): କଥାରେ ଅଛି ଜନ୍ମ ଓ ମୃତ୍ୟୁ ଉପରେ କାହାର ନିୟନ୍ତ୍ରଣ ନଥାଏ ସେ କେବଳ ଭଗବାନଙ୍କ ହାତରେ। ବାପା ହେବାକୁ ଥିବାରୁ ଖୁସିରେ ଆସିଥିଲେ ଡାକ୍ତରଖାନା ମାତ୍ର ସେ ଖବର ଶୁଣିବା ପୂର୍ବରୁ ଚାଲିଗଲେ ଆରପାରିକୁ। ଏଭଳି ଏକ ହୃଦୟ ବିଦରକ ଘଟଣା ଘଟିଛି ବଲାଙ୍ଗିର ଡାକ୍ତରଖାନାରେ।

ସୂଚନମୁତବକ, ବଲାଙ୍ଗିର ଜିଲ୍ଳା ଟିଟିଲାଗଡ ଥାନା ମନିଗାଁର ୩୦ ବର୍ଷିୟ ବାବୁଲି ଓରଫ ବାବୁଲି ଭରାସାଗର ଙ୍କ ପତ୍ନୀ ବର୍ଷ ଗର୍ଭବତୀ ଥିଲେ। ବର୍ଷାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ପରିବାର ଲୋକେ ଗତକାଲି ଟିଟିଲାଗଡ ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଟିଟିଲାଗଡରୁ ତାଙ୍କୁ ବଲାଙ୍ଗିର କୁ ପଠାଇ ଦେଇଥିଲେ । ଆଜି ସକାଳୁ ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ବାବୁଲି ପତ୍ନୀ ବର୍ଷାଙ୍କୁ ଭର୍ତ୍ତି କରାଇ ଫେରୁଥିବା ବେଳେ ହଠାତ୍ ମୁଣ୍ଡ ବୁଲାଇ ତଳେ ପଡିଯାଇଥିଲେ। ଲୋକେ ତାଙ୍କୁ ତଳୁ ଉଠାଇ କାଜୁଆଲିଟିରେ ଭର୍ତ୍ତି କଲେ ମାତ୍ର ଡାକ୍ତର କହିଲେ ସେ ଆଉ ନାହାନ୍ତି ଯାହାକି ତାଙ୍କ ସମ୍ପର୍କୀୟ ଙ୍କୁ ସ୍ତମ୍ବିଭୁତ କରିଦେଇଥିଲା। ଅନ୍ୟପଟେ ଠିକ ସେତିକି ବେଳେ ଖବର ଆସିଲା ବର୍ଷା ଗୋଟେ ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି। ଯେଉଁ ଖବର ଶୁଣିବାପାଇଁ ପୂର୍ବଦିନରୁ ସେ ଡାକ୍ତରଖାନା କାମରେ ଠିକରେ ନଖାଇ ପିଇ ଡାକ୍ତରଖାନା ରୁ ଡାକ୍ତରଖାନା ଦଉଡି ଥିଲେ ଆଜି ସେ ଖବର ଶୁଣିବାକୁ ବାବୁଲି ଆଉ ଏ ଦୁନିଆରେ ନାହାନ୍ତି।

ଡାକ୍ତରଖାନା ବାରଣ୍ଡାରେ ବାବୁଲି ର ମା’ ପୁଅ ର ଶବ ଧରି “ନାତି ହେଇଛି, ବୋହୂ ମୋର ଡାକ୍ତରଖାନା ବେଡ୍‌ରେ, ହେଲେ ମୋ ବାବୁଲି ଆଉ ନାହିଁ। ମୋ କୋଳ ଖାଲି କରି ଚାଲିଯାଇଛି ଆରପାରିକୁ” କହି ବୁକୁ ଫଟାଇ କାନ୍ଦୁଥିବାବେଳେ ପ୍ରସୂତି ବିଭାଗ ଭିତରେ ନିଜ ସ୍ୱାମୀଙ୍କ ମୃତ୍ୟୁ ବିଷୟରେ କିଛି ନଜାଣିଥିବା ବର୍ଷା ପୁଅ କୁ ପାଇ ସ୍ୱାମୀଙ୍କୁ ଅପେକ୍ଷା କରି ରହିଛି। ବାବୁଲି ଆଉ ଏ ଦୁନିଆରେ ନାହିଁ ଏ ଖବର ବର୍ଷାକୁ ଦେବାକୁ କାହାର ସାହସ ମଧ୍ୟ ନାହିଁ। ହସ୍ପିଟାଲ ଯିବା ଆସିବା ରାସ୍ତାରେ ଯିଏ ମଧ୍ୟ ଏ ବିଷୟରେ ଶୁଣୁଛନ୍ତି ହାତବକ ହୋଇ ଯାଉଛନ୍ତି। ବାବୁଲି ର ମା’କୁ ସାନ୍ତ୍ୱନା ଦେବାକୁ ତାଙ୍କ ପାଦ ରହିଯାଉଛି।

Sikshaya
Leave A Reply

Your email address will not be published.