ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍‌ ଆକ୍ରମଣ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଇସ୍ରାଏଲ ଗାଜା ଉପରେ ଆଉ ଥରେ ଆକ୍ରମଣ କରିଛି । ଗତ ମାସରେ ୧୧ ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ସଘଂର୍ଷ ପରେ ଉଭୟ ପକ୍ଷ ଯୁଦ୍ଧବିରତି ଘୋଷଣା କରିଥିଲେ । କିନ୍ତୁ ଏବେ ପୁଣି ଇସ୍ରାଏଲ ଓ ଗାଜା ମୁହାଁମୁହିଁ ହୋଇଛନ୍ତି । ଅସ୍ତ୍ରବିରତି ଉଲଙ୍ଘନ କରି ପୁଣିଥରେ ଗାଜା ଉପରେ ରକେଟ୍‌ ଆକ୍ରମଣ ହୋଇଛି । ଏହି ଆକ୍ରମଣ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣା ପରେ ଘଟିଥିବା ସବୁଠାରୁ ବଡ ଘଟଣା ଅଟେ । ଆକ୍ରମଣକୁ ନେଇ ଇସ୍ରାଏଲ କହିଛି ଯେ, ହମାସ ତରଫରୁ ଗୁଳିଗୋଳା ମାଡ ହେବା ପରେ ରକେଟ୍‌ ଆକ୍ରମଣ କରାଯାଇଛି । ଏହା ମେ ୨୧ ତାରିଖରେ ଅସ୍ତ୍ରବିରତି ବୁଝାମଣାରେ ଶେଷ ହୋଇଥିଲା । ଏହି ଯୁଦ୍ଧରେ ଇସ୍ରାଏଲ ପକ୍ଷରୁ ଶତାଧିକ ରକେଟ୍‌ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୫୦ରୁ ଅଧିକ ଲୋକହ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ଫାଲେଷ୍ଟାଇନ୍‌ ନାଗରିକ ରହିଥିଲେ ।

Leave A Reply

Your email address will not be published.