ଶ୍ରୀମନ୍ଦିର ରେ ବନ୍ଦ ହେବ ବଂଶାନୁକ୍ରମିକ ସେବାୟତ ପରମ୍ପରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶ୍ରୀମନ୍ଦିର ସଂସ୍କାରରେ ପରିବର୍ତ୍ତନ ନେଇ ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। କାହିଁ କେତେ ବର୍ଷରୁ ଚାଲି ଆସିଥିବା ବଂଶାନୁକ୍ରମିକ ସେବାୟତ ପରମ୍ପରାକୁ ବନ୍ଦ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟକୁ ସୁପାରିସ କରିଥିଲେ ପୁରୀ ଜିଲ୍ଲା ଜଜ୍ । ସେହିପରି ଅନ୍ନଦାନ ଆଟିକା ବସାଇ କିମ୍ବା ଥାଳି ବସାଇ ଭକ୍ତଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ବନ୍ଦ କରାଯାଉ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବା ସତ୍ୱେ ଏପରି ଟଙ୍କା ଆଦାୟ ଚାଲିଛି ବୋଲି ଜିଲ୍ଲା ଜଜ୍ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା , ହୁଣ୍ଡି ଓ ଭକ୍ତଙ୍କ ଅନ୍ୟାନ୍ୟ ଦାନ ଉପରେ ତୀକ୍ଷ୍ଣ ନଜର ରଖାଯିବା ଏବଂ ମନ୍ଦିର ପାଣ୍ଠିକୁ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଦ୍ୱାରା ଅଡିଟ୍ କରାଯିବା, ସେବକ ଓ କର୍ମଚାରୀଙ୍କୁ ପରିଚୟପତ୍ର ଦିଆଯିବା ଏବଂ ଜଗନ୍ନାଥ ମନ୍ଦିର ଆକ୍ଟ ସଂଶୋଧନ ପାଇଁ ପୁରୀ ଜିଲ୍ଲା ଜଜ୍ ପ୍ରସ୍ତାବ ଦେଇଥିଲେ। ଜିଲ୍ଲା ଜଜଙ୍କ ପରାମର୍ଶକୁ ନୀତିଗତ ଭାବେ ଗ୍ରହଣ କରିବା ସହ ଏ ନେଇ ପଦକ୍ଷେପ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅଗଷ୍ଟ ୩୧ ସୁଦ୍ଧା ମଧ୍ୟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜିଲ୍ଲା ଜଜଙ୍କ ରିପୋର୍ଟକୁ ଶ୍ରୀମନ୍ଦିର ପ୍ରଶାସନ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏବଂ ସୁପ୍ରିମକୋର୍ଟଙ୍କ ୱେବସାଇଟରେ ପ୍ରକାଶ କରିବା ପାଇଁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

Sikshaya
Leave A Reply

Your email address will not be published.