ଆଜିଠୁ ବିଜେଡିର ଘରେ ଘରେ ଶଂଖ କାର୍ଯ୍ୟକ୍ରମ ଆରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଘରେ ଶଂଖ କାର୍ଯ୍ୟକ୍ରମ । ଦଳ ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳ ସଦସ୍ୟା ପ୍ରାୟ ୮୬ ଲକ୍ଷ ପରିବାରକୁ ଯାଇ ଲୋକଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ମତାମତ ନେବେ । ଏହାପରେ ବିଜେଡି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚିବା ଓ ରାଜ୍ୟ ସରକାରଙ୍କ ସଫଳତାକୁ ବଖାଣିବା ମଧ୍ୟ ଏହି ଅଭିଯାନର ଆଉ ଏକ ଉଦ୍ଦେଶ୍ୟ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଆଜି ଜଟଣୀରୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

Leave A Reply

Your email address will not be published.