ଅତିଥିଭାବେ ଆସି ବିବାହ ମଣ୍ଡପରୁ ଚୋରି କରୁଥିବା ଯୁବକ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଥାରେ ଅଛି ଚୋର କେତେ ବି ଚାଲାକ ହେଲେବି କିଛି ନା କିଛି ଭୁଲ କରିବସେ। ସେହି ଭୁଲ ତାକୁ ଜେଲ ପର୍ଯ୍ୟନ୍ତ ଟାଣିନିଏ। ଏମିତିକା ଏକ ନଟିକିୟ ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖର ପୁରରେ। ଏକ ମଣ୍ଡପରେ ପୁଅର ବିବାହ ଭୋଜିର ଆୟୋଜନ ଚାଲିଥିଲା । ଅତିଥିମାନେ ଭୋଜି ଖାଇବା ପରେ ବର କନ୍ୟାଙ୍କ ପାଖରେ ଫଟୋ ଉଠାଇ ଗିଫ୍ଟ ଦେଉଥିଲେ । ଏହି ଗିଫ୍ଟିକୁ ଦେଖି ଜଣେ ଲୁଟେରାଙ୍କ ଲୋଭ କରିଥିଲା । ପରିବାର ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ଲୁଟେରା ଚାକଚକ୍ୟ ଡ୍ରେସ ପିନ୍ଧି ମଣ୍ଡପ ନିକଟକୁ ଆସିଥିଲ। । ପ୍ରଥମେ ଗିଫ୍ଟ ବ୍ୟାଗ୍‍ ଉପରେ ପଡିଥିଲା ତୀକ୍ଷ୍ଣ ନଜର । ସମସ୍ତେ ବ୍ୟସ୍ତ ଥିବାବେଳେ ଏହାର ସୁଯୋଗ ନେଇ ଗିଫ୍ଟି ବ୍ୟାଗ୍‍କୁ ଲୁଟି ନେଇ ଚମ୍ପଟ ମାରିଥିଲା ସେ ।

ଏଭଳି ଅଭାବନୀୟ ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନାଠାରୁ ମାତ୍ର ଶହେ ମିଟର ଦୂରରେ । ଲୁଟ୍‍ର ଶୀକାର ହୋଇଥିବା ରାଜେନ ମହାନ୍ତି ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିବା ସହ ମଣ୍ଡପରେ ଲାଗିଥିବା ସିସିଫୁଟେଜ୍‍କୁ ଜବତ କରିବାସହ ତାକୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ କେବଳ ଏହି ମଣ୍ଡପରୁ ନୁହେଁ, ଏହିଭଳି ରାଜଧାନୀର ଅନେକ ମଣ୍ଡପରୁ ଲକ୍ଷଲକ୍ଷ ଟଙ୍କାର ଗିଫ୍ଟ ଲୁଟି ନେଇ ଚମ୍ପଟ ମାରିଥିଲ।
ସୂଚନାଯୋଗ୍ୟ ଯେ, ଚନ୍ଦ୍ରଶେଖରପୁର ଥାନାଠାରୁ ମାତ୍ର ଶହେ ମିଟର ଦୂରରେ ରହିଛି କ୍ରିଷ୍ଣଲ କ୍ୟୁଟାଲ ନାମକ ଏକ ବିବାହ ମଣ୍ଡପ । ଲକ୍ଷ୍ମୀସାଗର ଥାନା ନିକଟସ୍ଥ ଝାରପଡାର ରାଜେନ ମହାନ୍ତି ନାମକ ଜଣେ ବ୍ୟକ୍ତି ଫେବୃୟାରୀ ୨୯ ତାରିଖ ଦିନ ପୁଅର ବିବାହ ପାଇଁ ଏକ ଭୋଜିର ଆୟୋଜନ କରିଥିଲେ । ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଶହ ଶହ ଗେଷ୍ଟଙ୍କ ଭିଡ ଦେଖିବାକୁ ମିଳିଥିଲା । ପରିବାର ଲୋକେ ନିଜ କାମରେ ବ୍ୟସ୍ତ ରହୁଥିଲେ । ଶହ ଶହ ଗିଫ୍ଟିରେ ଲକ୍ଷଲକ୍ଷ ଟଙ୍କା ଥିଲା । ଖାଲି ସେତିକି ନୁହେଁ କିଛି ସୁନାଗହଣା ମଧ୍ୟ ଏକ ବ୍ୟାଗ୍‍ରେ ରହିଥିଲା । ରାତି ୧୧ଟା ୩୫ ମିନିଟ୍‍ ସମୟରେ ଜଣେ ଲୁଟେରା ବିବାହ ମଣ୍ଡପ ନିକଟରେ ବୁଲାବୁଲି କରି ଗିଫ୍ଟି ବ୍ୟାଗ୍‍କୁ ନେଇ ଚମ୍ପଟ ମାରିଥିଲେ ।

ଏହାର କେଇ ମିନିଟ୍‍ ପରେ ବର-କନ୍ୟା ଦେଖିବାବେଳକୁ ଗିଫ୍ଟି ବ୍ୟାଗ୍‍ ନାହିଁ । ପରେ ଯାଇ ସିସିଫୁଟେଜ୍‍କୁ ଦେଖିବା ବେଳକୁ ଜଣେ ଯୁବକ ଗିଫ୍ଟି ବ୍ୟାଗ୍‍ ନେଇ ଚମ୍ପଟ ମାରିଛି । ଏନେଇ ଶ୍ରୀ ମହାନ୍ତି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ସିସିଫୁଟେଜ୍‍କୁ ଜବତ କରି ତାକୁ ଗିରଫ କରିଥିବା ଜଣା ପଡ଼ିଛି ।

Leave A Reply

Your email address will not be published.