ଗିରୀଶ ଚନ୍ଦ୍ର ମୁର୍ମୁ ଦେଶର ନୂଆ ସିଏଜି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜମ୍ମୁ-କଶ୍ମୀରର ପୂର୍ବତନ ଉପ-ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଦେଶର ନୂଆ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସିଏଜି ଭାବେ ନିଯୁକ୍ତି ଦେଇଛନ୍ତି। ସେ ରାଜୀବ ମହର୍ଷିଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ଶ୍ରୀ ମୁର୍ମୁ ବୁଧବାର ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ମନୋଜ ସିହ୍ନାଙ୍କୁ ଉପରାଜ୍ୟପାଳ ନିଯୁକ୍ତ କରାଯାଇଛି।

Leave A Reply

Your email address will not be published.