ଅଗ୍ନିଶମ ବାହିନୀ ଗାଡ଼ିରେ ଜନ୍ମ ନେଲା ଶିଶୁ କନ୍ୟା : ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବାତ୍ୟା ଅମ୍ଫାନବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରୁ ଆସିଛି ଏକ ଭିନ୍ନ ଖବର। ଆମ୍ବୁଲାନ୍ସ ଆସି ନ ପାରିବାରୁ ବାଧ୍ୟ ହୋଇ ଅଗ୍ନିଶମ ଗାଡ଼ିରେ ପ୍ରସୂତି ଯାଉଥିବା ବେଳେ ବାଟରେ ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି।

ସୂଚନାଯୋଗ୍ୟ, ମହାକାଳପଡ଼ା ପଞ୍ଚାୟତର ଜହଁରା ଗ୍ରାମର ହାପିନା ସେଠୀଙ୍କ ସ୍ତ୍ରୀ ଜାନକୀ ସେଠୀଙ୍କର ଆଜି ସକାଳେ ପ୍ରସବ ବେଦନା ହୋଇଥିଲା। ଏହାପରେ ପରିବାର ଲୋକେ ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ। ହେଲେ ବାଟରେ ବହୁସଂଖ୍ୟକ ଗଛ ଭାଙ୍ଗି ପଡ଼ିଥିବାରୁ ଆମ୍ବୁଲାନ୍ସ ଆସି ପାରିନଥିଲା। ଏହାପରେ ବାତ୍ୟା ଅମ୍ଫାନର ମୁକାବିଲା ଲାଗି ଥିବାଏକ ଅଗ୍ନିଶମ ବାହିନୀ ଗାଡ଼ିରେ ପ୍ରସୂତି ଜାନକୀଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ବାଧ୍ୟ ହୋଇଥିଲେ। ତେବେ ଗାଁରୁ ମାତ୍ର ତିନି କିଲୋମିଟର ବାଟ ଯିବା ପରେ ସେହି ଗାଡ଼ିରେ ଜାନକୀ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ।

ଏହାପରେ ତାଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟ ମାଆ ଓ ନବଜାତ ସୁସ୍ଥ ଥିବା କୁହାଯାଉଛି।

Leave A Reply

Your email address will not be published.