ପ୍ରାଥମିକତାରେ ଭି ବି ଆଇ ପି ଙ୍କ ସୁରକ୍ଷା

0

ଓଡିଶା ଫାଷ୍ଟ (ବ୍ୟୁରୋ) : ୨୦୦୬ ବ୍ୟାଚ ଆଇ ପି ଏସ ଅଫିସର ଅନୁପ ସାହୁ ଆଜି ଭୁବନେଶ୍ୱର ର ଡି ସି ପି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଏହା ପୂର୍ବରୁ ପୁରୀ ରେ ଏସ ପି ଭାବେ ଏବଂ ଭଦ୍ରକରେ ଦଙ୍ଗା ସମୟରେ ଅତିରିକ୍ତ ଏସ ପି ଭାବେ କାର୍ଯ୍ୟକରି ନିଜ ଦକ୍ଷତା ପ୍ରମାଣ କରିସାରିଛନ୍ତି ।

ପୂର୍ବତନ ଡିସିପି ସତ୍ୟବ୍ରତ ଭୋଇଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବାପରେ ଭି ବି ଆଇ ପି ଙ୍କ ସୁରକ୍ଷା କୁ ପ୍ରାଥମିକତା ଦେବା ସହ ଅପରାଧ ଉପରେ ନିଅନ୍ତ୍ରଣ ଓ ବିଧାନସଭା ଅଧିବେଶନ ସମୟରେ ଆନ୍ଦୋଳନକାରୀଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖାଯିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

ବିଗତ ଦିନରେ ରାଜନୀତିକ ଆକ୍ରୋସର ଶିକାର ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ଘର ଉପରକୁ ହୋଇଥିଲା ଗୋବରମାଡ଼। ଯାହାର ୱେଲ ମ୍ୟାନେଜମେଣ୍ଟ କରି ପୂର୍ବତନ ଡ଼ି ସି ପି ଏକାଧିକ ବଜେପି କର୍ମୀଙ୍କୁ ଗିରଫ କରିଥିଲେ। କିପରି ଭି ବି ଆଇ ପି ଓ ଆଇ ଏ ସ ଙ୍କୁ ସୁରକ୍ଷା ଦିଆଯିବା ନେଇ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଏହି ବ୍ଲୁପ୍ରିଣ୍ଟକୁ ଅନୁପ ସାହୁ କିପରି ପରିଚାଳନା କରିବେ ତାଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.