ଟ୍ରେନ ମଧ୍ୟ କିଛି କରିପାରିଲାନି ମା’ ପୁଅ ଙ୍କର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’। ଏହି ଉକ୍ତି ଟି ସମ୍ପୂର୍ଣ୍ଣ ରୂପେ ସତ୍ୟ ପ୍ରମାଣିତ ହୋଇଛି ଲକ୍ଷ୍ନୌ ରେ ଘଟିଥିବା ଏକ ଘଟଣାରୁ। ନିଜ ପିଲାକୁ ଧରି ଟ୍ରେନ୍‌ ଆଗକୁ ଆତ୍ମହତ୍ୟା କରିବାକୁ ଆସିଥିବା  ଜଣେ ମହିଳା ଓ ତାଙ୍କ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟ ର କଥାହେଲା ଟ୍ରେନ୍‌ଟି ୧୦୦ କିମି ବେଗରେ ଆସୁଥିଲେ ମଧ୍ୟ ମା’ ଏବଂ ଛୁଆର କୌଣସି କ୍ଷତି ହୋଇନାହିଁ। ଏ ଘଟଣା ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ସତ୍ୟ।

ସୂଚନା କ୍ରମେ, ଶନିବାର ଦିନ ୧୧ ଟା ୩୦ ମିନିଟ ରେ ଜଣେ ମହିଳା ନିଜ ର ଦେଢ଼ ମାସର ଶିଶୁ ପୁତ୍ର ସହ ଗୋରଖପୁରରୁ ମୁମ୍ବାଇ ଯାଉଥିବା କାଶୀ ଏକ୍ସପ୍ରେସ ରୁ ବୁରହାନପୁର ଷ୍ଟେସନରେ ଓଲ୍ହାଇ ଥିଲେ। ଠିକ ସେତିକି ବେଳେ ଅନ୍ୟ ଟ୍ରାକ ରେ ୧୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଆସୁଥିଲା ପୁଷ୍ପକ ଏକ୍ସପ୍ରେସ୍‌। ଆଖି ପିଛୁଳାକେ ମହିଳା ଜଣକ ଶିଶୁ ପୁତ୍ର କୁ ଧରି ଶୋଇ ପଡିଲେ ସେହି ଟ୍ରାକ ଉପରେ। ଏହା ପରେ ଯାହା ଘଟିଲା ସ୍ୱଚକ୍ଷୁରେ ନଦେଖିଲେ ବିଶ୍ୱାସ କରିହେବନାହିଁ। ଷ୍ଟେସନ ରେ ଉପସ୍ଥିତ ଥିବା ଯାତ୍ରୀ ମନେ ହାତବକ ହୋଇ ଅନାଇ ରହିଥିଲେ। ଟ୍ରେନ ଟି ଗଲାପରେ ମା’ ଓ ପୁଅ ଟ୍ରାକ ରେ ପଡିରହିଥିଲେ। ହଁ ଆଜ୍ଞା ମୃତ ନୁହେଁ ଜୀବିତ ଅବସ୍ଥାରେ ସେ ପୁଣି କୌଣସି କ୍ଷତ ବିନା। ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଲା ସେମାନଙ୍କୁ କୌଣସି ଆଘାତ ଲାଗିନଥିଲା ।

ପୋଲିସ କୁ ଏସମ୍ୱନ୍ଧ ରେ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାର ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଥିଲା ଯେ ମହିଳା ଜଣକ ଙ୍କ ସାବତ ମା’ ଜୋର ଜବରଦସ୍ତ ଜଣେ ବିବାହିତ ପୁରୁଷଙ୍କ ସହିତ ତାଙ୍କର ବିବାହ କରାଇ ଦେଇଥିଲେ। ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଉଥିଲେ। ବର୍ତ୍ତମାନ ତାଙ୍କୁ ସ୍ୱାମୀ ଛାଡ଼ପତ୍ର ଦେଇଥିବାରୁ ସେ ଚିନ୍ତାରେ ରହୁଛନ୍ତି । ପୁଅ ହେବା ପୂର୍ବରୁ ମଧ୍ୟ ସେ ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ଆଜି ଯେପରି ବଞ୍ଚିଗଲେ,ସେତେବେଳେ ମଧ୍ୟ ବଞ୍ଚି ଯାଇଥିଲେ। ପୋଲିସକୁ ଏମିତି କିଛି ବୟାନ୍‌ ଦେଇଛନ୍ତି ସମ୍ପୃକ୍ତ ମହିଳା। ବର୍ତ୍ତମାନ ତାଙ୍କୁ ସଖୀ ସେଣ୍ଟରରେ ରଖାଯାଇ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରାଯାଉଛି ବୋଲି ପୋଲିସ କହିଛି।

Sikshaya
Leave A Reply

Your email address will not be published.