ହାଇକୋର୍ଟର ଦ୍ୱାରସ୍ଥ ହେଲେ ଗୋଲକ ଏବଂ ଭୃଗୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଓଡ଼ିଶା ପୋଲିସ ଦୁଇ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ କରିଥିଲା । ତେଣୁ ଏହି ଦୁଇ ବିଜେପି ନେତା ନିଜର ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗୋଲକଙ୍କୁ ଗତକାଲି ଛତ୍ରପୁର ଥାନାରେ ହଜାର ହେବାକୁ ଥିଲା । ମାତ୍ର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଛତ୍ରପୁର ଥାନାରେ ହାଜର ହୋଇ ନଥିଲେ । ଆଜି ଗୋଲକ ଏବଂ ଭୃଗୁଙ୍କ ତରଫରୁ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି ।

୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ଛତ୍ରପୁରର ଯୁବ ନେତା ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ୧୫ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ହତ୍ୟା ତଦନ୍ତ ସମୟରେ ବିଜେପି ନେତା ଗୋଲକ ଏବଂ ଭୃଗୁଙ୍କ ନାଁ ସମ୍ନାକୁ ଆସିଥିଲା ।

Leave A Reply

Your email address will not be published.