ନବୀନଙ୍କ ଓଏସଡି ନିଯୁକ୍ତ ହେଲେ ଗୋପବନ୍ଧୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଭାବେ ନିଯୁକ୍ତ ହେଲେ ଗୋପବନ୍ଧୁ ଦାଶ । ବରିଷ୍ଠ ଓଏଏସ ଗୋପବନ୍ଧୁ ଅବସର ଗ୍ରହଣ କରିବା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ରାଜନୀତିକ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ସୂଚନା ଅନୁଯାୟୀ, ଚଳିତ ନିର୍ବାଚନ ପୂର୍ବରୁ ଶ୍ରୀ ଦାଶ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ରାଜନୀତିକ ସଚିବ ଭାବେ ନିଯୁକ୍ତ ହୋଇଥିଲେ । ଶ୍ରୀ ଦାଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ କାର୍ଯ୍ୟ କରିବାକୁ ନିଯୁକ୍ତି ମିଳିଛି । ବର୍ତ୍ତମାନ ଶ୍ରୀ ଦାଶ ବିଜେଡିର ସାଂଗଠନିକ କାର୍ଯ୍ୟ ତଦାରଖ କରୁଛନ୍ତି ।

Leave A Reply

Your email address will not be published.